ପଦ୍ମପୁର/ଶାସକ ପ୍ରଶାସକ : ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଂଟିଆ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି । ସୁପ୍ରିମକୋର୍ଟର ଆନ୍ଦୋଳନ ନେଇ କଟକଣା ପରେ ପଶ୍ଚିମ ଓଡ଼ିଶାର ଓକିଲମାନେ ଏକଜୁଟ ହୋଇ ବନ୍ଦରେ ସାମିଲ ହୋଇଛନ୍ତି ।ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓକିଲ ସଂଘ ତରଫରୁ ଏହି ବନ୍ଦ ସଂକ୍ରାନ୍ତରେ ପୂର୍ବରୁ ଘୋଷଣା କରାଯାଇଥିବାରୁ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ଏହାକୁ ସମର୍ଥନ କରିଥିବା ଦେଖାଯାଇଛି। ପଦ୍ମପୁର ଓକିଲ ସଂଘ ତରଫରୁ ମଧ୍ୟ ପଦ୍ମପୁର ବନ୍ଦ କରାଯାଇଛି । ଏହି ବନ୍ଦକୁ ପଦ୍ମପୁର ସହରର ବିଭିନ୍ନ ସଙ୍ଘ ସମର୍ଥନ କରିଛନ୍ତି । ସମସ୍ତ ସରକାରୀ ଓ ବେସକାରୀ କାର୍ଯ୍ୟାଳୟ, କୋର୍ଟ କଚେରି, ସ୍କୁଲ୍ କଲେଜ୍ ଓ ଛୋଟବଡ଼ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି।ଜରୁରୀକାଳୀନ ସେବା ନିମନ୍ତେ କେବଳ ଡାକ୍ତରଖାନା ଓ ଔଷଧ ଦୋକାନ ସବୁ ଖୋଲା ରହିଛି।
Sign in
Sign in
Recover your password.
A password will be e-mailed to you.