କୃଷ୍ଣ ବଳରାମଙ୍କ ଶରଣରେ କାଳୀ ନାଗ, ମର୍ମାହତ କଂସ ଡାକିଲେ ରଙ୍ଗସଭା

0

ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବର ପଞ୍ଚମ ରଜନୀ

ପଦ୍ମପୁର,(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ  ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ମଙ୍ଗଳବାର  ଦିନ ପଞ୍ଚମ  ରଜନୀ ଅନୁଷ୍ଠିତ ହୋଇଥିଲା। ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବରେ କାଳି ନାଗ କୃଷ୍ଣ ବଳରାମଙ୍କ ଶରଣାଗତ ହେବା ଖବର ଶ୍ରବଣ କରି ମାହାରାଜା କଂସ ମର୍ମାହତ । ସମସ୍ତ ବଳ ବୁଦ୍ଧି ପ୍ରୟୋଗ ସତ୍ବେ ମଧ୍ଯ କୃଷ୍ଣ ବଳରାମଙ୍କର କୌଣସି ବିଘ୍ନ ବା କ୍ଷତି ସାଧନ କରି ପାରିନଥିବାରୁ କଂସ ଶିବ ଧନୁ ପୂଜାର ଆୟୋଜନ କରିଛନ୍ତି।  ଅକୃରଙ୍କୁ ମହାରାଜ କଂସ ଗୋପପୁର ପ୍ରେରଣ କରିଥିଲେ। ତତ୍ ପରେ ଦେବର୍ଷି ନାରଦଙ୍କ ଦ୍ବାରା କଂସ ମହାରାଜା ସମସ୍ତ ରାଜନ୍ଯ ମଣ୍ଡଳୀ କୁ ଡାକି ରଙ୍ଗସଭା କରିଥିଲେ। ଏହି ଧନୁଯାତ୍ରା ମହୋତ୍ସବରେ ପଦ୍ମପୁର ବିଦ୍ୟୁତ ବିଭାଗ ଏସଡିଓ ସୁଜିତ କୁମାର ବେହେରା ରାଜ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ମହୋତ୍ସବରେ ସମାଜ ସେବୀ ସୁବ୍ରତ କୁମାର ବିର୍ତ୍ତିଆ,ନିତିଶ ଆଚାର୍ଯ୍ଯ,ରାଜେଶ କାରିଆଙ୍କୁ ସମ୍ମାନୀତ କରାଯାଇଥିଲା। କସ୍ତୁରୀ କଲା ପରିଷଦ କଲାହାଣ୍ଡି ଏବଂ ମାଁ ସମଲେଶ୍ଵରୀ କଲା ପରିଷଦ ର କଳାକାର ମାନେ ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରିଥିଲେ।

Leave A Reply

Your email address will not be published.