ସମ୍ବଲପୁର/ ରମାକାନ୍ତ ବିଶ୍ବାଳ – କତରବଗା ଥାନା ଅନ୍ତର୍ଗତ ପୁରୁଣା ରାଞ୍ଚି ରୋଡର ରୁନିମହୁଳ ଠାରେ ଧାନ ବୋଝେଇ ଓଆର ୧୭ ଏଫ ୪୪୯୮ ଟ୍ରକ ଧକ୍କା ଦେବାରୁ ଜଣେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହେlଇଥିବା ପୋଲିସ ସୁତ୍ରରୁ ଜଣାପଡିଛି। ରୋଢାଖୋଲ ନିକଟସ୍ଥ ଚାରମାଳ ଥାନାର ଚକାମୁଣ୍ଡା ଗ୍ରାମର ବିପିନ ମିର୍ଧା ଓଡି ୧୫ ଏଲ୍ ୮୨୮୩ ନମ୍ବର ବିହୀନ ବାଇକ୍ ରୁନୁମହୁଳର ଜଣେ ସାଙ୍ଗଙ୍କ ଘରକୁ ଆସିଥିଲେ। ଘଟଣା ସ୍ଥଳକୁ କତରବଗା ଥାନା ଅଧିକାରୀ ଅଜୟ ଜେନା ପହଂଚି ଅନୁସନ୍ଧାନ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.