ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ  ୮୬ତମ ଶ୍ରାଦ୍ଧ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 

0

୨୮ତମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

ଭୁବନେଶ୍ୱର(ଶାସକ ପ୍ରଶାସକ): ସ୍ଥାନୀୟ ରାଜଭବନ ସମ୍ମୁଖ ୟୁନିଟ୍-୮ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନେ୍ଦାଳନର  ମୁଖ୍ୟ ପୁରୋଧା, ସ୍ୱାଭିମାନୀ, ସୁକବି, ଲେଖକ, ଆଇନ୍ ବିଶାରଦ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଉକôଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତଠାରେ ୮୬ତମ ଶ୍ରାଦ୍ଧ ଦିବସ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପାଳିତ ହୋଇଯାଇଛି । ତାଙ୍କ ପ୍ରତିମୂର୍ତ୍ତିରେ ଅଭିଯାନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି•ରଣ ପୂର୍ବକ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ  ସାମ୍ବାଦିକ, ଚିନ୍ତକ ପ୍ରଦ୍ୟୁମ୍ନ  ଶତପଥୀ ମତବ୍ୟକ୍ତ କରି କହିଲେ ଯେ, ମଧୁବାବୁ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ଓଡ଼ିଆ ସ୍ନାତ୍ତକ, ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ବିଶିଷ୍ଟ ଆଇନ ବିଶାରଦ ତଥା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ଯେଉଁ ସଂଗ୍ରାମ ଜାରି ରଖିଥିଲେ ତାହା ଅବିସ୍ମରଣୀୟ । ଅଧ୍ୟାପନା ସହ ଓକିଲାତି ବିଦ୍ୟାରେ ବେଶ୍ ସୁଖ୍ୟାତି ଅର୍ଜନ କରିବା ସହିତ ଯୁବକମାନଙ୍କୁ ନିଜ ସ୍ୱାର୍ଥ ଛାଡ଼ି ଦେଶମାତୃକାର ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହାଛଡ଼ା କବିତା, ସାହିତ୍ୟ ତଥା ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଚିରଦିନ ପାଇଁ ମନେ ରହିବ ବୋଲି ମତ ରଖିଥିଲେ । ଉତ୍କଳ ସ୍ୱାଭିମାନର ପ୍ରତୀକ ଭାବେ ସେ ସୁଖ୍ୟାତି ଅର୍ଜନ କରିଥିଲେ । ଶିଳ୍ପର ଉନ୍ନତି ସହିତ ସାହିତ୍ୟ ରଚନା, ସମାଜ ସଂସ୍କାର ପ୍ରଭୃତିରେ ସେ ଅଗ୍ରଣୀ ସାରଥୀ ଭୂମିକା ନିର୍ବାହ କରିଥିଲେ । ଏହି ଅବସରରେ ତାଙ୍କୁ ସ୍ମରଣ ପୂର୍ବକ ସ୍ଲୋଗାନମାନ ଦିଆଯାଥିଲା । 

ଏହି କାର୍ଯ୍ୟକ୍ରମରେ ଅଭିଯାନର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ସୀତାବଲ୍ଳଭ ମହାପାତ୍ର, ଗିରିଧାରୀ ପଟ୍ଟନାୟକ, ବ୍ରଜବନ୍ଧୁ ପରିଡ଼ା, ବିଜୟ ପରିଡ଼ା, ନାରାୟଣ ଚନ୍ଦ୍ର ଓଝା, ଉତ୍କଳ ସମ୍ମିଳନୀର ଦିଲ୍ଲୀପ ଦାସଶର୍ମା, ଶିବଶଙ୍କର ଡାକୁଆ, ସୀତାଂଶୁ ଶେଖର ମହାରଣା, ସଂଗ୍ରାମ ବଳିୟାରସିଂହ, ସମିତା ମହାରଣା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ | 

Leave A Reply

Your email address will not be published.