ବିଧାୟକ ବ୍ୟୋମକେଶ ରାୟଙ୍କ ଧର୍ମପତ୍ନୀ ନୀଳିମାଙ୍କ ଦେହାନ୍ତ 

0 2

ଭଦ୍ରକ:(ସତ୍ୟଭୂଷଣ ସ୍ୱାମୀ ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ଧର୍ମପତ୍ନୀ ନୀଳିମା  ପ୍ରଧାନଙ୍କର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ପରଲୋକ ଘଟିଛି । କିଛି ଦିନ ତଳେ କୀମସ ଡାକ୍ତରଖାନାରେ ସ୍ବର୍ଗତାଃ ନୀଳିମାଙ୍କ କାନରେ ଅସ୍ତ୍ରୋପଚାର ହୋଇଥିଲା | ତାଙ୍କୁ ଦିଆ ଯାଇଥିବା ରକ୍ତ ତାଙ୍କ ଗ୍ରୁପ ସହ ମିସମ୍ୟାଚ କରିବାରୁ ତାଙ୍କ ଶରୀରରେ ହିମୋଗ୍ଲୋବିନ ସୁସ୍ଥ ସ୍ତରକୁ ପହଞ୍ଚିନଥିଲା |  ଗତକାଲି  ତାଙ୍କୁ ଆଉ ଆଉ ଏକ ଘରୋଇ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା | ହେଲେ ତାଙ୍କ ସ୍ଥିତିରେ ଉନ୍ନତି ଆସିବା ସମ୍ଭବ ହୋଇନଥିଲା | ଶେଷରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି | ନୀଳିମା ଦେବୀଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରାଯିବ ବୋଲି ବିଧାୟକଙ୍କ ନିକଟତମ ମହଲରୁ ପ୍ରକାଶ | ସୂଚନାଯୋଗ୍ୟ ଯେ ୨୦୧୪ରେ ବିଧାୟକ ଶ୍ରୀ ରାୟ ଓ ନୀଳିମା ଦେବୀଙ୍କ ବିବାହ ହୋଇଥିଲା | ତାଙ୍କର ଏକ ଶିଶୁ କନ୍ୟା ରହିଛି | ନୀଳିମାଙ୍କ ମୃତ୍ୟୁ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତରଖାନାରେ ପହଂଚିଥିଲେ | 

ନୀଳିମାଙ୍କ ମୃତ୍ୟୁରେ ଗଭୀର ଶୋକଵ୍ୟକ୍ତ କରିଛନ୍ତି ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ | ଶ୍ରୀ ପତ୍ରୀ  ନୀଳିମା ଦେବୀଙ୍କ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଗଭୀର ସମବେଦନା ଜ୍ଞାପନ କରିଛନ୍ତି | ଏ ଦାରୁଣ ଦୁଃଖ ସହ୍ୟ କରିବା ପାଇଁ ବିଧାୟକ ଶ୍ରୀ ରାୟଙ୍କୁ ଅସୀମ ଶକ୍ତି ଦିଅନ୍ତୁ ବୋଲି ଶ୍ରୀ ପତ୍ରୀ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି |

“ବାପିଭାଇ ଙ୍କ ଧର୍ମପତ୍ନୀ ଙ୍କ ଅକାଳ ବିୟୋଗ ଖବର ଶୁଣି ମର୍ମାହତ। ମୁଁ ତାଙ୍କ ଅମରାତ୍ମାପ୍ରତି ଗଭୀର  ଶ୍ରଦ୍ଧାଞ୍ଜଳି ଜଣାଉଛ” ବୋଲି ନିଜ ଶୋକ ବାର୍ତ୍ତାରେ କହିଛନ୍ତି ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ବିଶ୍ୱପ୍ରତାପ ।

” ଭାଉଜଙ୍କ ଦେହାନ୍ତ ଅତିି ଦୁଃଖ ଯନ୍ତ୍ରଣା ସମୟ ମୋ ପାଇଁ। ଭାଉଜଙ୍କୁ ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳିି ଜଣାଇବା ସହ ତାଙ୍କ ଅମରାତ୍ମାର ସଦଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି” ବୋଲି ନିଜ ଶୋକ ସଂଦେଶରେ କହିଛନ୍ତି ଛାତ୍ରନେତା ତଥା ବିପିୟୁଟି ଛାତ୍ର ସଂଘର ଉପଦେଷ୍ଟା ପାର୍ଥସାରଥୀ ମୁଦୁଲି ।

“ବାପି ଭାଇଙ୍କ ଭାଉଜଙ୍କ ଅକାଳ ବିୟୋଗରେ ମୁଁ ଗଭୀର ମର୍ମାହତ । ମୁଁ ତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରୁଛି ” ବୋଲି ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ୱର ମଧ୍ୟ ସଭାପତି ଶୁଭମ କୁମାର ପଣ୍ଡା ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ।

 

 

Leave A Reply

Your email address will not be published.