ଶିଶୁ ବିଦ୍ୟାମନ୍ଦିର ଜେଜେ ମାଆ ଜେଜେ ବାପା ସମ୍ମିଳନୀ

0 2

ପଦ୍ମପୁର (ଶାସକ ପ୍ରଶାସକ) ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଜେଜେ ମାଆ ଜେଜେ ବାପା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ବିଳନୀରେ ମୁଖ୍ୟ ଅତିଥି ଭାବରେ ସନ୍ତୋଷିନୀ ମିଶ୍ର ଦୀପ ପ୍ରଜ୍ବଳନ ଉଦଘାଟନ କରିଥିଲେ ଓ ଜେଜେ ମାଆ ଓ ଜେଜେ ବାପାଙ୍କ ମାର୍ଗଦର୍ଶନ କରିଥିଲେ। ସ୍କଲ ସଂପାଦକ ଆଶିଷ ମିଶ୍ରଙ୍କ ବାପା ନରେନ୍ଦ୍ର ମିଶ୍ର ମଧ୍ୟ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ  ଯୁବରାଜ ପ୍ରଧାନ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଲ୍ଯାଣୀ ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ସମ୍ମିଳନୀରେ ୨୫୧ ଜଣ ଜେଜେ ମାଆ ଜେଜେ ବାପା ଯୋଗ ଦେଇଥିଲେ। ଏହି ଅବସରରେ ଶିଶୁ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରିଚାଳନା ସମିତିର ସଦସ୍ୟା ନନ୍ଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲେ।

Leave A Reply

Your email address will not be published.