ନିର୍ମାଣ ଶ୍ରମିକ ସଂଘ କନ୍ଧମାଳ ଶାଖା ପକ୍ଷରୁ ସଭା : ଦାବି ପୁରଣ ନହେଲେ ଆନ୍ଦୋଳନ ଧମକ 

0 2

ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂଆ ହାଟପଦା ଠାରେ ନିର୍ମାଣ ଶ୍ରମିକ ସଂଘ କନ୍ଧମାଳ ଶାଖା ପକ୍ଷରୁ ଏକ ସଭାର  ଆୟୋଜନ କରାଯାଇ ଥିଲା I ଏହି ସଭାରେ ଜ଼ିଲ୍ଲାର 12ଟି ବ୍ଲକର ନିର୍ମାଣ ଶ୍ରମିକ ମହାସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ I ବହୁତ ଦିନ ହେବ ସଂଘ ପକ୍ଷରୁ ବିଭିନ୍ନ ଦାବୀ ପୂରଣ ନେଇ ସରକାରଙ୍କ ପାଖରେ ଦାବୀ ହୋଇ ଆସୁଛି I କିନ୍ତୁ ସରକାର ନିର୍ମାଣ ଶ୍ରମିକ ସଂଘର କୌଣସି ଦାବୀ ପୂରଣ କରିନ ଥିବା ସଂଘର ଜ଼ିଲ୍ଲା ସଭାପତି ଅନାମ ଚନ୍ଦ୍ର ବିଶିମାଝୀ ଅଭିଯୋଗ କରିଛନ୍ତି I ଯଦି ସରକାର ଯଥା ଶୀଘ୍ର ଦାବୀ ପୁରଣ ନ  କରନ୍ତି,  ତାହା ହେଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଂଘ ରାଜ ରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରିବ ବୋଲି ସଂଘର ସଭାପତି ଅନାମ ବିସିମାଝୀ, ଉପସଭାପତି ଶୁଭକାନ୍ତ ପ୍ରଧାନ, ସମ୍ପାଦକ ବାବୁଜ ପ୍ରଧାନ, ସହସମ୍ପାଦକ ଫିଲମନ ପାଟମାଝି, କୋଷାଧ୍ୟକ୍ଷ  ସୁରଜ ଚନ୍ଦ୍ର ପ୍ରଧାନଙ୍କ ସମେତ ଗଜେନ୍ଦ୍ର ବେହେରାଦଳେଇ, ଡିକିସନ ନାୟକ, ରଜନୀକାନ୍ତ ଡିଗାଳ, କରୁଣାକର ନାୟକ ଓ ସାରସିଲା ଦିଗାଲ ପ୍ରମୁଖ ଚେତାବନୀ ଦେଇଛନ୍ତି I

Leave A Reply

Your email address will not be published.