ପିଡିଙ୍କୁ ଡିଷ୍ଟ୍ରିକ୍ଟ ଗ୍ରିଭାନ୍ସ ରିଡ୍ରେସାଲ ଅଫିସର ମାନ୍ୟତା 

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) :ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ଖାଦ୍ୟାନ୍ନ ବାବଦ ଅଭିଯୋଗ ଶୁଣାଣି କରିବା ତଥା ତାହାର ସଠିକ କାର୍ଯ୍ୟାନ୍ୱୟନ ପାଇ ଡିଷ୍ଟ୍ରିକ୍ଟ ଗ୍ରିଭାନ୍ସ ରିଡ୍ରେସାଲ ଅଫିସର ଭାବେ କାର୍ଯ୍ୟ କରିବାକୁ ମାନ୍ୟତା ବା କ୍ଷମତା ପ୍ରଦାନ କରାଯାଇଛି | ରାଜ୍ୟପାଳଙ୍କ ଆଦେଶ କ୍ରମେ ଏ ସମ୍ପର୍କିତ ଗେଜେଟ  ବିଜ୍ଞପ୍ତି ପ୍ରକାଶ ପାଇଛି | ନିଜ ନିଜ ଜିଲ୍ଲା ଅଂଚଳରେ ହିତାଧିକାରୀ ମାନେ ଖାଦ୍ୟାନ୍ନ ପ୍ରାପ୍ତିରେ ଅସଙ୍ଗତି ବା ଅନିୟମିତତା ସମ୍ପର୍କିତ ଅଭିଯୋଗ ପିଡି ଡିଆରଡ଼ିଏଙ୍କ ନିକଟରେ କରିପାରିବେ | ଆଉ ଡିଷ୍ଟ୍ରିକ୍ଟ ଗ୍ରିଭାନ୍ସ ରିଡ୍ରେସାଲ ଅଫିସର ଭାବେ କାର୍ଯ୍ୟ କରିବାକୁ ମାନ୍ୟତା ପାଇଥିବା ପିଡି ମାନେ ଅନ୍ୟାଦେଶ ପର୍ଯ୍ୟନ୍ତ ବଂଚିତ ହିତାଦିକାରୀଙ୍କ ଅଭିଯୋଗ ଗ୍ରହଣ କରି ସମୁଚିତ ପଦକ୍ଷେପ ଗ୍ରହଣ କରିବେ | 

 

Leave A Reply

Your email address will not be published.