ବହୁ ଚର୍ଚ୍ଚିତ ଟେମରିମାଲ ହତ୍ୟା କାଣ୍ଡ :ପ୍ରେମ ପ୍ରତାରଣା ପରେ ଷଡ଼ଯନ୍ତ୍ର , ବଳତ୍କାର ଓ ହତ୍ୟା

0 2

ବରଗଡ(ଶାସକ ପ୍ରଶାସକ) :- ଆଜି ପାଇକମାଲ ପୋଲିସ ଓ ପଦ୍ମପୁର SDPO ଙ୍କୁ ମିଳିଛି ଆହୁରି ଏକ ବଡ଼ ସଫଳତା । ବହୁଚର୍ଚ୍ଚିତ ଟେମରିମାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଆହୁରି ଦୁଇ ଅଭିଯୁକ୍ତ ଙ୍କୁ ଧରି କୋର୍ଟ ଚାଲାଣ କରିବାରେ ସଫଳ ହେଇଛି ପୋଲିସ । ଗତ ଡିସେମ୍ବର 20 ତାରିଖ ଟେମରିମାଲ ର ଧନୁର୍ଜ ବରିହା ନାମକ ଜଣେ ବ୍ୟକ୍ତି ଙ୍କର 23 ବର୍ଷୀୟ ଅବିବାହିତ ଝିଅ ସନ୍ଧ୍ୟା ସମୟରେ ଶୌଚ ପାଇଁ ଘରୁ ବାହାରି ଆଉ ଘରକୁ ଫେରି ନଥିଲା । ଧନୁର୍ଜ ଓ ତାର ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ 23 ତାରିଖ ସନ୍ଧ୍ୟା ସମୟରେ ଗ୍ରାମରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଜଙ୍ଗଲ ଭିତରେ ଝିଅର କ୍ଷତ ବିକ୍ଷତ ମୃତଦେହ ଠାବ କରିବା ସହିତ 24 ତାରିଖ ଭୋର ରୁ ପାଇକମାଲ ଥାନା ରେ ଏହି ବାବଦରେ ଅଭିଯୋଗ କରିଥିଲେ । ପାଇକମାଲ ଥାନା ଅଧିକାରୀ ତୁରନ୍ତ ଏହି ଘଟଣା ବାବଦରେ ଉପରିସ୍ଥ ଅଧିକାରୀ ମାନଙ୍କୁ ଜଣାଇବା ସହିତ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଆରମ୍ଭ କରିଥିଲେ । ବରଗଡ଼ SP ପଦ୍ମିନୀ ସାହୁ , ପଦ୍ମପୁର SDPO ଶ୍ରୀ ପ୍ରଦୀପ କୁମାର ସାହୁ , ସାଇଣ୍ଟିଫିକ ଦଳ ମଧ୍ୟ ଘଟଣା ସ୍ଥଳକୁ ପହଂଛି ତଦନ୍ତ କରିଥିଲେ । 

ଅଭିଯୋଗ ମୁତାବକ ମୁଖ୍ୟ ଅଭିଯୁକ୍ତ ଘଟଣା ଦିନରୁ ଫେରାର ହେଇ ଯାଇଥିଲା ।ପ୍ରାୟ 15 ଦିନ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁ ଧରିବାରେ ସଫଳ ହେଇଥିଲା । ଇତି ମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଗଣ ବଳାତ୍କାର କଥା ବି ସ୍ପଷ୍ଟ ହେଇଗଲା । ଏହାପରେ ପୋଲିସ ଆହୁରି ଖୋଲତାଡ଼ କରି ଆଜି ଦୁଇ ଅଭିଯୁକ୍ତ ସେହି ଟେମରିମାଲ ଗ୍ରାମର କର୍ଣ ଅମରି (32) ଓ ଡ଼ମରୁ ଅମରି (37) କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ , ମୃତ ଝିଅଟି ର ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ସାହୁ ସହିତ ପ୍ରେମ ସମ୍ପର୍କ ଥିଲା । ବିଭାହିତ ରାଜେନ୍ଦ୍ର ଉପରେ ଝିଅଟି ତାକୁ ବାହାହେବା ପାଇଁ ଚାପ ପକାଉଥିଲା । ଏହି ଘଟଣାକୁ ନେଇ ରାଜେନ୍ଦ୍ର ର ତାର ସ୍ତ୍ରୀ ସହିତ ନିତିଦିନ ଝଗଡା ହେଉଥିଲା । ସେହି ଭଳି ଅଭିଯୁକ୍ତ କର୍ଣ ଓ ଡ଼ମରୁ ର ପରିବାର ସହିତ ମୃତ ଝିଅର ପରିବାର ମଧ୍ୟରେ ଜମି ବାଡି ନେଇ ବିବାଦ ଲାଗି ରହିଥିଲା । ତେଣୁ ରାଜେନ୍ଦ୍ର , କର୍ଣ ଓ ଡମରୁ ତିନି ଜଣ ମିଶି ଚକ୍ରାନ୍ତ କରି 20 ତାରିଖ ସନ୍ଧ୍ୟାରେ ମୃତ ଝିଅକୁ ଜଙ୍ଗଲ କୁ ଡାକି ପ୍ରଥମେ ତା ସହିତ ବଳତ୍କାର କରିଥିଲେ ଓ ପରେ ତାକୁ ନିର୍ମମ ଭାବରେ ହତ୍ୟା କରିଥିଲେ । 

        SP ବରଗଡ ଙ୍କର ନିର୍ଦେଶ ଓ ପଦ୍ମପୁର SDPO ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଇକମାଲ ଥାନା ଅଧିକାରୀ ଏହି କେଶ ନ 234 ଧାରା 19/U/S 302 , 201 , 376(D) ,120(B)/34ipc ରେ ମାମଲା ରୁଜୁ କରି ଥିଲେ । ଆଜି ଉଭୟ ଅଭିଯୁକ୍ତ ମାନଙ୍କୁ ପ୍ରଥମେ ADJ ପଦ୍ମପୁର ଙ୍କର କୋର୍ଟରେ ହାଜର କରାଯାଇ ଜେଲ କୁ ପଠେଇ ଦିଅ ଯାଇଛି ।

 

Leave A Reply

Your email address will not be published.