ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିର ‘ଚାମ୍ବରର୍ସ ଆଜ ଚେଞ୍ଜଡ଼ ଏଜେଣ୍ଟ’ ଶୀର୍ଷକ ଆଲୋଚନାଚକ୍ର

0 1

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଉତ୍କଳ  ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟି୍ର ତରପରୁ ଗତ ୨୯ ତାରିଖ ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ ନିଜସ୍ୱ ସମ୍ମିଳନୀ କକ୍ଷରେ ‘ଚାମ୍ବରର୍ସ ଆଜ ଚେଞ୍ଜଡ଼ ଏଜେଣ୍ଟ’ ଶୀର୍ଷକ ଆଲୋଚନା ଚକ୍ରରେ ଡ଼କ୍ଟର ବି.ପି. ରାଓ ଯେ କି ବିପିଆର ହାଉସିଂ କନ୍ସଲଟିଙ୍ଗର ସଂସ୍ଥାପକ ଓ ଏହାର ପରିଚାଳନା କମିଟି ରତିନ୍ଦ୍ର ମାଲୟସିଆ ରିଲାଏନ୍ସ ଗ୍ରୁପ୍ର ପୂର୍ବତନ ମୁଖ୍ୟଙ୍କ ଦ୍ୱାରା ଏକ ଉଦ୍ଦେଶ୍ୟ ପୂର୍ଣ୍ଣ ଭାଷଣ ପ୍ରଦାନ କରିଥିଲେ ।

ଶ୍ରୀଯୁକ୍ତ ରାଓ ପରିବର୍ତ୍ତିତ ପରସ୍ଥିତିରେ ରାଷ୍ଟ୍ରୀୟ ଓ ବିଶ୍ୱସ୍ତରୀୟ ଚାହିଦାକୁ ନେେଇ ଏହି ଅନୁଷ୍ଠାନଗୁଡ଼ିକର ପରିବର୍ତ୍ତନ ଓ ମୁଖ୍ୟ କାର୍ଯ୍ୟଶୈଳୀ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅନୁଷ୍ଠାନଗୁଡ଼ିକ ପୁଞ୍ଜିଲଗାଣକାରୀ ମାନଙ୍କର ଏକତ୍ରିତ  ବ୍ୟବସାୟିକ ବଜାରମେଣ୍ଟ କରି ସମାଧାନ ବଜାର ଗବେଷଣା ଇତ୍ୟାଦିର ପୁନଃ ଆରମ୍ଭର ସମସ୍ତ ସୁବିଧା କରିବା ଆବଶ୍ୟକ ।

ଆନୁମାନିକ ଏକଶହରୁ ଉର୍ଧ୍ଵ  ଗୁରୁଶିଳ୍ପ, ଲଘୁଶିଳ୍ପ ଉଦ୍ଦେଶ୍ୟ  ବ୍ୟବସାୟିକ ପ୍ରତିଷ୍ଠାନର ବ୍ୟକ୍ତିମାନେ ଏହି ଆଲୋଚନାରେ ଭାଗ ନେଇଥିଲେ । ଯାହା ୟୁୟୁସିଆଇ ଏହାର ଉଦ୍ଦେଶ୍ୟ  ଚରିତାର୍ଥ କରିବା ପାଇଁ ରାସ୍ତା ସୁଗମ ହେବ ।

ଏହି ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ରମେଶ ମହାପାତ୍ର, ଉପସଭାପତି (ବାଣିଜ୍ୟ) ଶ୍ରୀ ଅଶୋକ କୁମାର ଶାରଦା ଏ ପ୍ରକାର ଆଲୋଚନା ଉପରେ ଗୁରୁତ୍ୱାରୋପ କରିଥିଲେ । ସର୍ବଶେଷରେ ଏହି ଅନୁଷ୍ଠାନ  ତରଫରୁ ଉପସଭାପତି (ଶିଳ୍ପ) ଶ୍ରୀମତୀ ଶାଶ୍ୱତୀ ପଟ୍ଟନାୟକ ଶ୍ରୀଯୁକ୍ତ ରାଓଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.