ଅଭିବାବକ ସଂଘ ବଲାଙ୍ଗୀର ପକ୍ଷରୁ ସରସ୍ଵତୀ ପୂଜା ଅନୁଷ୍ଠିତ

0 2

ବଲାଙ୍ଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଅଭିବାବକ ସଂଘ ବଲାଙ୍ଗୀର ତରଫରୁ ସ୍ଥାନୀୟ ଶାନ୍ତି ପଡା ସ୍ଥିତ ଦୁର୍ଗା ପୂଜା ମଣ୍ଡପ ରେ ସରସ୍ଵତୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ ଲିଟିଲ ଫ୍ଲାଓ୍ବାର, କେନ୍ଦ୍ରୀୟ ବିଦ୍ୟାଳୟ ତଥା ପୂଜା ହେଉନଥିବା ସ୍କୁଲର ଅନେକ ଛାତ୍ର ଛାତ୍ରୀ ଯୋଗ ଦେଇ ମାତା ସରସ୍ଵତୀଙ୍କର ପୂଜା କରିବାର ସୁଯୋଗ ଲାଭ କରିଥିଲେ। ପୂଜା ଆରତୀ ପୂଷ୍ପାଞ୍ଜଲି ପରେ ସାମୁହିକ ପ୍ରସାଦ ସେବନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଭିବାବକ ସଂଘକୁ ଟାଇଗର କ୍ଲବ, ଶାନ୍ତି ପଡା ପୂଜା କମିଟି, ଶାନ୍ତି ପଡା ଓ ସହରର ଅନେକ ଧର୍ମାବଲମ୍ବୀ ବ୍ୟକ୍ତି ଉକ୍ତ କାର୍ଯ୍ୟକୁ ସାହାଜ୍ୟ କରି  ସଫଳ କରିବାରେ ସହଯୋଗ କରିଥିଲେ।

ଏ ବର୍ଷ ପରି ପ୍ରତ୍ୟେକ ବର୍ଷ ଅଭିବାବକ ସଂଘ ତରଫରୁ ଗଣେଷ ପୂଜା ଓ  ସରସ୍ଵତୀ ପୂଜା ଅନୁଷ୍ଠିତ ହେବ ଏବଂ ପୂଜା ହେଉନଥିବା ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ବହୁସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଭିବାବକ ସଂଘ ପକ୍ଷରୁ ସମସ୍ତ ଅଭିବାବକ ମାନଙ୍କୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.