ପାରମ୍ପରିକ କଳାକାର ରମେଶଙ୍କ ପରିବାର  ଉପରେ ପଡ଼ନ୍ତାନି ପ୍ରଶାସନର ନଜର

0 2

ପଦ୍ମପୁର/ଶାସକ ପ୍ରଶାସକ : ବରଗଡ଼  ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମର ରମେଶ ବରିହା । ବୟସ ପାଖାପାଖି ୩୫ ହେବ। ସେ ମାତ୍ର ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କର ସ୍ତ୍ରୀ, ପୁଅ ୪ଟାଏ, ଝିଅ ୧ଟାଏ, ମୋଟ ସାତଜଣ ପରିବାର ପେଟ ପୋଷଣ କରିଛନ୍ତି। ଜମିବାଡ଼ି ନାହିଁ ଅନେକ କାମ କରି ଦୁଇ ପଇସା ରୋଜଗାର କରି ପରିବାର ଚଳାଉଛନ୍ତି। ମହୁଲପାଲି ଗ୍ରାମର ରମେଶ ବରିହା ତାଙ୍କର ଅଭିନବ କଳାରେ ଆକୃଷ୍ଟ କରି ଜନସାଧାରଣ ଙ୍କୁ ବିମୋହିତ କରି ତାଙ୍କର ପ୍ରତିଭାକୁ  ପ୍ରତିପାଦନ କରିଛନ୍ତି। ମୁହଁରେ ନୁହେଁ ନାକ ଦ୍ବାରା ବଂଶୀ ବାଦନ ସମସ୍ତଙ୍କ ପ୍ରୀୟ ପାତ୍ର ସାଜିଛନ୍ତି। ମହୁଲପାଲି ଗ୍ରାମର ୨୫ ଜଣଙ୍କୁ ନେଇ ମାଁ କରମସାନୀ ବିନ୍ଧ୍ୟବାସିନୀ କଲଙ୍ଗା ପାର୍ଟି ଦଳରେ ବଂଶୀ ବାଦକ ଭାବେ ପରିଚିତ। ବିଭିନ୍ନ ପର୍ବପର୍ବାଣୀ ସମୟରେ କରମସାନୀ ବଂଶୀ ବାଦକ ସହ ଘୁମୁରା ନାଚ ତାଳେ ତାଳେ ଗାଁ ଗଣ୍ଡା ପରିକ୍ରମା କରିଥାନ୍ତି।  ବଂଶୀ ବାଦକ ରମେଶ ବରିହା କହନ୍ତି ଦଣ୍ତ ନୃତ୍ୟରୁ ମୋର କଳା ଆରମ୍ଭ ହୋଇଛି ଛୋଟ ବେଳୁ ନାକରୁ ପ୍ରୟାସ ମାଧ୍ୟମରେ ବଂଶୀ ବଜାଇ ଥିବାର ମୁଁ ପସନ୍ଦ କରିଛି। ଏ ଭଳି କଳାକାର ସରକାରୀ ସହାୟତା  କି କଳାକାର ଭତ୍ତା ମିଳୁନି ନାହିଁ ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର ଘର ଖଣ୍ଡେ ମଧ୍ୟ  ଭଲଟା ବର୍ଷା ଦିନରେ ପାଣି ଗଲୁଛି। ଏଭଳି ଜଣେ କଳାକାରଙ୍କୁ ପ୍ରଶାସନ ଦୃଷ୍ଟି ଦେବା କୁ ଜନ ସାଧାରଣ ରେ ଦାବି ହୁଏ।

 

Leave A Reply

Your email address will not be published.