“ଭଞ୍ଜ ମାଟିର ବରପୁତ୍ର ଚୈତନ୍ୟ ପ୍ରସାଦ ଥିଲେ ମୟୁରଭଞ୍ଜରେ ଶିକ୍ଷା ବିପ୍ଲବର ସୂତ୍ରଧର” 

0 1

ବିଜୁ ଭବନରେ ସ୍ୱର୍ଗତ ଚୈତନ୍ୟ ପ୍ରସାଦ ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ଥାନୀୟ ବିଜୁ ଭବନ ତଥା ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ମୟୂରଭଞ୍ଜ ବରପୁତ୍ର ତଥା କର୍ମବୀର, ଜନନାୟକ ଆଦିବାସୀ ନେତା ସ୍ୱର୍ଗତ ଚୈତନ୍ୟ ପ୍ରସାଦ ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ବିଜୁ ଜନତା ଦଳ, ବିଜୁ ମହିଳା-ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ଜନତା ସଭାପତି ଜିତେନ୍ଦ୍ର ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ  ଶ୍ରାଦ୍ଧ ବାର୍ଷିକି ଓ ଶ୍ରଦ୍ଧାଞ୍ଜଳୀ ସଭାରେ ମୋରଡା ବିଧାୟକ ରାଜକିଶୋର ଦାସ, ରାଜ୍ୟ ସାଧାରଣ ସମ୍ପାଦକ ସୁନୀଲ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ଦେବାଶିଷ ମାର୍ଣ୍ଡି, ରାଜ୍ୟ ସମ୍ପାଦକ କଷ୍ଣଚନ୍ଦ୍ର ଦାସ,  ଯୁବ ବିଜେଡ଼ି ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲ୍ଲା ଉପ-ସଭାପତି ଡା. ଆଦିତ୍ୟ କୁମାର ପଣ୍ଡା , ଜିଲ୍ଲା ବି.ଜେ.ଡି. ନିର୍ବାଚନ ଅଧିକାରୀ କୃଷ୍ଣଚନ୍ଦ୍ର ଦାସ, ମହିଳା ସଭାନେତ୍ରୀ ବୀଣାପାଣୀ ସାହୁ, କାର୍ଯ୍ୟକାରୀ ସଭାନେତ୍ରୀ ସବିତା ବେହେରା, ଖୁଣ୍ଟାବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାର୍ଣ୍ଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗବତ ମାର୍ଣ୍ଡି ଓ ସବିତା ହାଁସଦାଃ, ଜିଲ୍ଲା ସମ୍ପାଦକ ପ୍ରଭାତ ନାୟକ, ନାରୀ ନେତ୍ରୀ ଚୁଡାମଣି ମାଝୀ, ଗୀତା ରାଣୀ ବେହେରା, ଦୌପଦୀ ସାହୁ, ସନ୍ଧ୍ୟାରାଣୀ ଦାସ, ପ୍ରଭାତୀ ପୃଷ୍ଟି, ବରିଷ୍ଠ  ଆଇନଜୀବି ନିତ୍ୟାନନ୍ଦ ବେହେରା, ତପନ କର, ସରୋଜ ଦାସ, ମଧୁସ୍ମିତା ନାୟକ, ସରପଞ୍ଚ ରମେଶ କୁମାର ସିଂ, ଭାଗିରଥି ନାୟକ, ଅରୁଣ ବରାଡ, ବିପ୍ଳବ ମହାପାତ୍ର, କପିଲ ଖଣ୍ଡେଲୱାଲ୍, ସୁନୀଲ ନାୟକ, ଭବାନୀ ଧଡା, ଦିବ୍ୟ ମହାନ୍ତି, ଶରତ ଚନ୍ଦ୍ର ମୁର୍ମୁ, ଶଙ୍କର୍ଷଣ ପଣ୍ଡା, ଶ୍ରବଣ ଗୋପ, ଅମୂଲ୍ୟ ଦାସ, ଭବାନୀ ଶଙ୍କର ମିଶ୍ର, ପୂର୍ଣ୍ଣନନ୍ଦ ପରିଡା ପ୍ରମୁଖ ସ୍ୱର୍ଗତ ଚୈତନ୍ୟ ପ୍ରସାଦଙ୍କ ଜୀବନି , ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଅବଦୁଲ ହବିବ୍, ବିବେକାନନ୍ଦ ମଲ୍ଲିକ, ସତ୍ୟ ରଂଜନ ପଟ୍ଟନାୟକ, ସଞ୍ଜୟ ଅଗୱାଲ, ବୀର କିଶୋର ମହାନ୍ତି, ଜ୍ଞାନ ରଂଜନ ଦାସ, ପ୍ରମୁଖ  ବକ୍ତାମାନଙ୍କ ବକ୍ତବ୍ୟରେ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା , ମୟୂରଭଞ୍ଜ ଆୟୁର୍ବେଦ ଓ ହୋମିଓପ୍ୟାଥିକ କଲେଜ ପ୍ରତିଷ୍ଠାରେ ଏବଂ ଶିକ୍ଷାର ବିପ୍ଳବ ସୃଷ୍ଟି କରି ପ୍ରତ୍ୟେକ ବ୍ଲକରେ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା କ୍ଷେତ୍ରରେ ଦିବଂଗତ ନେତା ତଥା ଶିକ୍ଷାବିତ୍ ଚୈତନ୍ୟ ବାବୁଙ୍କ ଉଦ୍ୟମ ଓ ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ । ସେ ଥିଲେ ମୟୁରଭଞ୍ଜରେ ଶିକ୍ଷା ବିପ୍ଲବର ସୂତ୍ରଧର | ସେ ଜଣେ ସାଲିସ୍ ବିହୀନ ସରଳ ଓ ନିଷ୍କପଟ ରାଜନେତା ଥିଲେ ବୋଲି ବର୍ଣ୍ଣନା କରିଥିଲେ । ଶେଷରେ ଯୁବନେତା ସୁଶାନ୍ତ କୁମାର ବଳା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ  ଦଳକୁ ମଜବୁତ୍ କରିବାକୁ ସମସ୍ତେ ଶପଥ ନେଇଥିଲେ ।

                     ପ୍ରକାଶ ଥାଉକି, ମୟୂରଭଞ୍ଜ ଜିଲ୍ଲାର ୨୬ ଗୋଟି ବ୍ଲକ, କପ୍ତିପଦା, ପଞ୍ଚପୀଢ଼ ଓ ବାମନଘାଟି ଉପଖଣ୍ଡ ଆଦି ବିଭିନ୍ନ ସ୍ଥାନରେ ଆଜି ସ୍ୱର୍ଗତ ଚୈତନ୍ୟ ପ୍ରସାଦ ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ , ଶ୍ରଦ୍ଧାଞ୍ଜଳୀ ଓ ସ୍ମୃତି ଚାରଣ ସଭା ପାଳିତ ହେଉଅଛି ।

 

Leave A Reply

Your email address will not be published.