ସୁନନ୍ଦା ପଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର ଆଉ ଆରମ୍ଭ କରାଯିବ ସୁନନ୍ଦା ସମ୍ମାନ 

10

ଭୁବନେଶ୍ୱର( ଶାସକ ପ୍ରଶାସକ)  ପରଲୋକଗତ ପ୍ରଖ୍ୟାତ ସଂଗୀତ ବିଶାରଦ ସ୍ବର୍ଗତ ସୁନନ୍ଦା ପଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର ଆଉ ଆରମ୍ଭ କରାଯିବ ସୁନନ୍ଦା ସମ୍ମାନ |  ଏ ବିଷୟ ଆଜି ଘୋଷଣା କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହା ସହିତ ଆସନ୍ତା କାଲି  ପାଳିତ ହେବ ରାଜ୍ୟସ୍ତରୀୟ ଶୋକ | ଓଡିଶୀ ଗବେଷଣା ପ୍ରତିଷ୍ଠାନ, ସଙ୍ଗୀତ ନାଟକ ଏକାଡେମୀ ଆଉ ସାହିତ୍ୟ ସଂସ୍କୃତି ବିଭବ ପକ୍ଷରୁ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ ଓଡିଶୀ ଗବେଷବା କେନ୍ଦ୍ର ପ୍ରେକ୍ଷାଳୟରେ | ପ୍ରତିବର୍ଷ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ସ୍ବର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ  ଶାସ୍ତ୍ରୀଟିଏ ସଂଗୀତ ପାଇଁ ସୁନନ୍ଦା ସଂଗୀତ ସମ୍ମାନ ଓ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ତାଙ୍କ ଦ୍ୱାରା ବ୍ୟବହୃତ ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ୟ ଜିନିଷକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଏକ ଗ୍ୟାଲେରୀରେ ସଂରକ୍ଷିତ କରାଯିବ | ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ସୁନନ୍ଦା ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହେବ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ |  

Leave A Reply

Your email address will not be published.