ସମାଜ ଓ ସଂସ୍କୃତିର ସୁରକ୍ଷା ପାଇଁ ଆମକୁ ପ୍ରତିବଦ୍ଧ ହେବାକୁ ହେବ

0

ସେକ୍ଟର-1 ସଂଘ ଶାଖାର ବାର୍ଷିକ ଉତ୍ସବ 

 ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରୀଆ – ସାମ୍ପ୍ରତିକ ପରିସ୍ଥିତିରେ ସମାଜ ଓ ସଂସ୍କୃତି ପ୍ରତି ଦେଖା ଦେଇଥିବା ବିପଦ ସମ୍ୱନ୍ଧରେ ଆମକୁ ଚିନ୍ତାଶୀଳ ହେବା ସହିତ ସମାଜ ଓ ସଂସ୍କୃତିର ସୁରକ୍ଷା ପାଇଁ ଆମକୁ ପ୍ରତିବଦ୍ଧତା ପ୍ରତିପାଦିତ କରିବାର ବହୁ ଆବଶ୍ୟକତା ରହିଛି  ରାଉରକେଲା ବୋଲି ସେକ୍ଟର-1 ସଂଘ ଶାଖାର ବାର୍ଷିକ ଉତ୍ସବରେ ମତପ୍ରକାଶ ପାଇଛି | ରାଉରକେଲା ସେକ୍ଟର-1 ଏଚ ବ୍ଲକ ସଂଘ ସ୍ଥାନରେ ବୀର ଛତ୍ରସାଲ ବିଦ୍ୟାର୍ଥୀ ସାୟଂ ଶାଖାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଜିରାଉତ ଶିକ୍ଷା ନିକେତନର  ଶିକ୍ଷୟିତ୍ରୀ ତଥା ସାମାଜିକ କର୍ମୀ ଶ୍ରୀମତୀ ସରସ୍ବତୀ ସିଂ କହିଛନ୍ତି ଯେ ଦିନେ ସାରା ବିଶ୍ୱକୁ ପ୍ରେରଣା ଓ ଦିଗଦର୍ଶନ ଦେଇଥିବା ଭାରତୀୟ ସଂସ୍କୃତି ଆଜି ନିଜ ଭିଟା ମାଟିରେ ସଙ୍କଟ ମୁଁହରେ | ଅନେକ ଅରାଷ୍ଟ୍ରୀୟ ଶକ୍ତି ଏହି ସଂସ୍କୃତିକୁ ନଷ୍ଟ କରିଦେବାକୁ ରାତିଦିନ ଏକାକାର କରି ପ୍ରୟାସରତ ଥିବା ବେଳେ ଭାରତୀୟ ସଂସ୍କୃତି ସମୁଖରେ ଆଜି ସଙ୍କଟର ବୃହତ ପାହାଡ଼ ଛିଡା ହୋଇଛି | ତେଣୁ ଏହାର ସୁରକ୍ଷା ପାଇଁ ଜଣେ ସ୍ୱୟଂସେବକ ହିସାବରେ ଆମକୁ ସମର୍ପଣ ଭାବ ନେଇ କାର୍ଯ୍ୟ କରିବାକୁ ହେବ ବୋଲି ଶ୍ରୀମତୀ ସିଂ ଉପସ୍ଥିତ ସ୍ୱୟଂସେବକ ମାନଙ୍କୁ ଆହ୍ୱାନ କରିଥିଲେ |

ମୁଖ୍ୟବକ୍ତା ଭାବରେ ଯୋଗଦେଇ ମାଧବ ନଗର କାର୍ଯ୍ୟବାହ ଶ୍ରୀ କରୁଣାକର ପାଟଶାଣୀ କହିଥିଲେ ଯେ ଆମ ଦେଶ ଭାରତ ଖାଲି ଏକ ଭୂଖଣ୍ଡ ନୁହେଁ, ଏହା ଆମ ପାଇଁ ଏକ ଜୀବନ୍ତ ପ୍ରତିମୂର୍ତ୍ତି ସଦୃଶ୍ୟ | ସେଥିପାଇଁ ନିର୍ଯ୍ୟାତିତା ମାତା ଭାରତୀର ଆଖିର ଲୁହକୁ ପୋଛିବା ଲକ୍ଷ ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭଳି ଏକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଜନ୍ମ ହୋଇଛି | ତେଣୁ ଅନେକ ସମସ୍ୟାରେ ଜର୍ଜରିତ ହୋଇ ପ୍ରତେକ ସମୟରେ ଆଖିରୁ ଲୁହ ନିଗାଡୁଥିବା ମାତା ଭାରତୀର ଆଖିର ଲୁହକୁ ପୋଛିବା ପାଇଁ ଜଣେ ପୁଅ ହିସାବରେ ଆମ ସମସ୍ତଙ୍କୁ ତନ ମନ ଧନ ଅର୍ପଣକରି କାର୍ଯ୍ୟ କରିବାକୁ ହେବ ବୋଲି ଶ୍ରୀଯୁକ୍ତ ପାଟଶାଣୀ ମତବ୍ୟକ୍ତ କରିଥିଲେ | ଏହି ଅବସରରେ ମାଧବ ନଗର କାର୍ଯ୍ୟବାହ ଗଗନ ବେହେରା ମଞ୍ଚାସିନ ଥିଲେ | ପ୍ରାରମ୍ଭରେ ଏକ ଭବ୍ୟ ପଥ ସଞ୍ଚଳନ ସ୍ଥାନୀୟ ପଡ଼ିଆରୁ ଆରମ୍ଭ ହୋଇ ବସ୍ତି ଓ ନଗର ପରିକ୍ରମା କରିଥିଲା | ପରେ ସ୍ୱୟଂସେବକ ମାନଙ୍କ ଦ୍ଵାରା ବିଭିନ୍ନ ଶାରୀରିକ ପ୍ରଦର୍ଶନ ଯଥା ସୂର୍ଯ୍ୟ ନମସ୍କାର, ଆସନ, ବ୍ୟାୟାମଯୋଗ, ସାମୁହିକ ସମତା ଆଦି ଅନୁଷ୍ଠିତ ହୋଇଥିଲା | ତାପରେ ଶ୍ରୀ ଚନ୍ଦ୍ରଭାନୁ ମୁଣ୍ଡା ବାର୍ଷିକ ବିବରଣୀ ପଠନ କରିଥିଲେ | ତାପରେ ଦିଲୀପ ଭାଇ ଓ ବିକ୍ରମ ଭାଇଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସବା ଶେଷରେ ସମସ୍ତେ ଅନ୍ନ ପ୍ରସାଦର ଆନନ୍ଦ ନେଇଥିଲେ |  ଚନ୍ଦ୍ରଭାନୁ ଭାଇ ଓ ସିଦ୍ଧାର୍ଥ ଭାଇଙ୍କ ଦ୍ଵାରା ଏକ ସହଭୋଜ ଅନୁଷ୍ଠିତ ହୋଇଥିଲା | ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶାଖାର ମୁଖ୍ୟ ଶିକ୍ଷକ କୁମାର ରାମତିର୍ଥ ମାଝୀ ପରିଚାଳନା କରିଥିବା ବେଳେ ହରେକୃଷ୍ଣ ମାଝୀ, ଚନ୍ଦନ ସାମନ୍ତସିଂହାର, ଜୁଲୁ ଭାଇ, ଚନ୍ଦ୍ରଭାନୁ ଭାଇ, ସିଦ୍ଧାର୍ଥ ଭାଇ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ | ଏହି ଅବସରରେ ଶତାଧିକ ସ୍ୱୟଂସେବକ ଓ ଶୁଭେଛୁ ଉପସ୍ଥିତ ଥିଲେ |

Leave A Reply

Your email address will not be published.