ବିଜେପି ନଗର କମିଟି ଗଠିତ : ବନ୍ଧୁ ମିଳନ ପର୍ବ 

0

ବରଗଡ଼(ଶାସକ ପ୍ରଶାସକ): ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ଠାରେ ପର୍ଥଲା ଗ୍ରାମର ଯୁବନେତା ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ ପର୍ବ  ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ନଗର କମିଟି ଗଠିତ ହୋଇଥିଲା । ଏହି ଅବସରରେ ଶତ୍ରୁଘ୍ନ ସାହୁଙ୍କୁ ଉକ୍ତ କମିଟିର ସଭାପତି ଭାବେ ଚୟନ କରାଯାଇଥିଲା ଏବଂ ସଞ୍ଜୟ ମହନା,ଅକ୍ଷୟ ଗଡ଼ତିଆ,ରାଜୁ ଅଦାବର,ତରଣୀ କୁମ୍ଭାର,ମିତ୍ରଭାନୁ ଭୋଇ,ଅରୁଣ ଗୁରୁ,ସଂଗ୍ରାମ ନନ୍ଦ,ଦେବେନ୍ଦ୍ର ଭୋଇ,ନେପାଳ ଭୋଇ,ସୁବାଷ ଖମାରୀ, ଆଶିଷ ସେଠ,ଗୋବିନ୍ଦ ସାହୁ, ଅଶୋକ ବୁଡେକ,ଜିତେନ ଅଦାବର, ପ୍ରମୋଦ ଲୁହାର ପ୍ରମୁଖ ଉକ୍ତ କମିଟିର ସଦସ୍ୟ ଚୟନ ହୋଇଛନ୍ତି । ଆଗାମୀ ୦୩/୦୨/୨୦୨୦ ଦିନ ସୋମବାର ଦିନ ନବ ନିର୍ବାଚିତ ବରଗଡ଼ ଜିଲ୍ଲା ବିଜେପି ସଭାପତି ଅଶ୍ବିନୀ ଷଢ଼ଙ୍ଗୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ଥିବା ହେତୁ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା |ବିଜେପୁର ନିର୍ବାଚନ ମଣ୍ଡଳୀର ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଅଜିତ କୁମାର ସାହୁ, ଗୌରହରି ସେଠ,ମଧୁସୂଦନ ଖମାରୀ ଓ ନିଳମଣି ମେହେର ସମେତ ପ୍ରମୁଖ ଆଜିର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.