ମେଲଛାମୁଣ୍ଡାରେ ସାମୁହିକ ସାଧାରଣତନ୍ତ୍ର ଦିବସ

0

ମେଲଛାମୁଣ୍ଡା,(ମନୋଜ ଭୋଇ ) ମେଲଛାମୁଣ୍ଡାସ୍ଥିତ ଖେଳପଡିଆ ପରିସରରେ ଜୟ ହନୁମାନ କ୍ଳବ ଅନୁକୁଲ୍ୟରେ ୭୧ ତମ ସାମୁହିକ ସାଧାରଣତନ୍ତ୍ର ଦିବସ ଓ ପ୍ୟାରେଡ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଜୁନିଅର ମହାବିଦ୍ୟାଳୟ ଓ ଶିଶୁମନ୍ଦିର ଛାତ୍ର ଛାତ୍ରୀ ଭାଗନେଇଥିଲେ । ଏହି ଉତ୍ସବରେ ସ୍ଥାନୀୟ ଗୌନ୍ତଆ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଦୀପକ କୁମାର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ ଏବଂ ସାମୁହିକ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟ ଆମନ୍ତ୍ରଣ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ସିଦ୍ଧାର୍ଥ ମିଶ୍ର, ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବାଳମକୁନ୍ଦ ସାହୁ, ଛାୟାକାନ୍ତ ବାରିକ ଏବଂ ସମସ୍ତ ବିଦ୍ୟାଳୟମାନଙ୍କ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ୱରା ପ୍ରଦର୍ଶିତ ବିଭିନ୍ନ ଶଦ୍ଧ ନୃତ୍ୟ ବେଶ ମନମୁଗ୍ଧକର ହୋଇଥିଲା । ମେଲଛାମୁଣ୍ଡା ହାଇସ୍କୁଲର ବାଳିକା ସ୍କାଉଟ ଦଳ ପ୍ୟାରେଡ ପ୍ରଦର୍ଶନରେ ଚମ୍ପିଆନ ହୋଇଥିଲେ । ସାମୁହିକ ପ୍ୟାରେଡକୁ ପିଇଟି ଶ୍ରୀବତ୍ସରାଜ ପୁରୋହିତ, ସଂଜିବ ନାୟକ ଓ ଅମୀୟ ଆଚାର୍ଯ୍ୟ ପରିଚାଳନା କରିଥିଲେ ।

ସେହିପରି ମେଲଛାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରରେ କମିଟି  ସଭାପତି ଡା. ଲୋକପାଲ ଭୋଇ, ପୋଲିସ ଷ୍ଟେସନରେ ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ, ଜୁନିଅର ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର, ଉଚ୍ଚ ବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଂଚାନନ ଦଳପତି, ପଂଚାୟତ କାର୍ଯ୍ୟାଳୟରେ ସରପଂଚ ସୁନୀତା ବରିହା, କୃଷି ସମବାୟ ସମିତିରେ ବୋର୍ଡ ସଭାପତି ଚକ୍ର ସାହୁ, ରାଜସ୍ୱ କାର୍ଯ୍ୟାଳୟରେ ଅନିତା ପଧାନ, ହୋମିଓପ୍ୟାଥିକ ଚିକିତ୍ସାଳୟରେ ଡା.ପୁଷ୍ପଲତା ସାମଲ, ପିଏଚସିରେ ଡା.ଆଦିତ୍ୟ ଭୋଇ, ଉକ୍ରଲ ଗ୍ରାମ୍ୟ ବ୍ୟାଙ୍କରେ ଶାଖା ପରିଚାଲକ ମନୋରଂଜନ ମହାଲିକ, ଜନକଲ୍ୟାଣ ପରିଷଦରେ ସଭାପତି ସାଧୁ ଚରଣ ବାରିକ ଏବଂ ଦିପ୍ତିପୁରସ୍ଥିତ ଷ୍ଟେଟ ବ୍ୟାଙ୍କରେ ଶାଖା ପରିଚାଲକ କୁମୁଦ ରଂଜନ ମିଶ୍ର ଓ କେନ୍ଦୁଲିଫରେ ଫରେଷ୍ଟର ପାହଲ ବେହେରା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ଶନିବାର ଭୋରରୁ ସ୍କୁଲ ମାନଙ୍କର ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଚାସେବୀମାନଙ୍କ ଦ୍ୱାରା ଗ୍ରାମ ପରିକ୍ରମାକରି ପ୍ରଭାତ ଫେରି କରିଥିଲେ । କାର୍ଯ୍ୟକ୍ରମ ସବୁକୁ ଶିବୁନ ଭୋଇ, ବାଦଳ ଭୋଇ, ବଂଟି ଦେବତା, କିଶୋର ବଗାର, ଜିତେଶ ବୁଡେକ, ଆନନ୍ଦ ମହାନନ୍ଦ, ସରୋଜ କଅଁର, ପ୍ରକାଶ କଲେତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଜିତ ରାଏ ଧନ୍ୟବାଦ ଅର୍ପଣ କରିଥିଲେ । 

Leave A Reply

Your email address will not be published.