ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ମହିଳା ସ୍ନାତକ ମହାବିଦ୍ୟାଳୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରିନା ସାହୁ ଜାତୀୟ ପତକା ଉତ୍ତୋଳନ କରି ବିଧାୟକ ସଭା ଓ  ସାମ୍ବିଧାନିକ ସଭା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।

ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ମାନେ ମହାତ୍ମାଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସମସ୍ତ ଛାତ୍ରୀ ମାନେ ଉକ୍ତ ଦିବସକୁ ଶ୍ରଦ୍ଧାର ସହ ପାଳନ କରିଥିଲେ।  

http://www.youtube.com/watch?v=zy7lDhWs9G0 

ସେହି ପରି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶ ଜାତୀୟ  ପତକା ଉତ୍ତୋଳନ କରି  ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସମବେତ ଛାତ୍ରଙ୍କୁ ଉଦ୍ ବୋଧନ ଦେଇଥିଲେ।

ସେହି ପରି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ମଧ୍ୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଡ.ମୁର୍ମୁ  ଜାତୀୟ ପତାକା ଉତ୍ତୋଳନ କରିଥିଲେ।

 ସେହିପରି  ରାଣୀପେଣ୍ଠ ସ୍ଥିତି “ନିୟତୀ” ମାନସିକ ଅନଗ୍ରସର ବିଦ୍ୟାଳୟ ଆନୁକୂଲ୍ୟରେ ୭୧ତମ ଜନାରାଜ୍ୟ ଦିବସ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ପ୍ରାକ୍ତନ ପ୍ରଧାନ ଶିକ୍ଷକ, ବିଶିଷ୍ଟ ଶିକ୍ଷାବିତ କୃଷ୍ଣଚନ୍ଦ୍ର ମହାରଣା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି  ଉଦବୋଧନରେ ଭିନ୍ନକ୍ଷମ ମାନଙ୍କୁ ସାମାଜିକ  ମୁଖ୍ୟ  ସ୍ରୋରେ ସାମିଲ ହେବାପାଇଁ ସାମ୍ବିଧାନିକ ଅଧିକାରକୁ ସମସ୍ତେ ଅବଗତ ହେବା ବାଞ୍ଛାନୀୟ ବୋଲି କହିଥିଲେ।

 ମହିଳା ନେତ୍ରୀ, ସମାଜସେବୀ ଅନିତା କୁମାରୀ ଅଧିକାରୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। ନିୟତିର ସଂସ୍ଥାପକ ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ଅନୁଷ୍ଠାନର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ,ଜୋଷ୍ଣା ଡାକୁଆ, ଶାଶ୍ୱତୀ ବେବର୍ତ୍ତା, ଜେୟମା, ପୂର୍ଣବାସୀ ନାୟକ ଟୁକୁନା ପାଢ଼ୀ ,ବଦ୍ରୀ ସାହୁ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.