ଭାଷଣ ଦେବା କଳାରେ ଦଖଲ ଆଣିସାରିଲେଣି ମନ୍ତ୍ରୀ ମହୋଦୟା !

0 2

http://www.youtube.com/watch?v=j4yo2ZKCzG8

ଗଜପତି ଜିଲ୍ଲାସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ: ଆଗରୁ ଭାଷଣ ଦେବା ନିହାତି ପକ୍ଷରେ କଷ୍ଟ ଥିଲା | ବିଧାନ ସଭାରେ ମନ୍ତ୍ରୀ ମହୋଦୟା ପଦ୍ମିନୀ ଦିଆନଙ୍କ ପ୍ରଶ୍ନର ଉତ୍ତର ଦେବା ଯିଏ ଦେଖିଛି ସେ ଅନୁଭବ କରିଛି | ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ ବିଭିନ୍ନ ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର କାଗଜ ପଢିକି  ଦେବାକୁ ମନ୍ତ୍ରୀ ମହୋଦୟାଙ୍କୁ କେତେ ଅସୁବିଧା ହୁଏ ଯିଏ ଦେଖିଛି ସିଏ ଅନୁଭବ କରିଛି | ହେଲେ ୟା ଭିତରେ ମନ୍ତ୍ରୀ ମହୋଦୟା ଭାଷଣ ଦେବା ଶୈଳୀକୁ ବେଶ ଆପଣେଇସାରିଲେଣି | କାଁ ଭାଁ କେତୋଟି ଶବ୍ଦକୁ ଛାଡି ଅତି  ସୁନ୍ଦର ଭାବରେ ଏକ ଲମ୍ବା ଭାଷଣ ଦେବା  ଦେଖିବାକୁ ମିଲିଥିଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମଠାରେ  ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା   ଗଜପତି ଜିଲ୍ଲା ସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ।

    ଏହି  ଦିବସ କାର୍ଯ୍ୟକ୍ରମରେ ଓଡିଶାର ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।

   ପରେ ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଉଦ୍ ବୋଧନ ଦେଇ କହିଥିଲେ ଯେ ,  ଜାନୁଆରୀ ମାସର ୨୬ ତାରିଖ  ପବିତ୍ର ସାଧାରଣତନ୍ତ୍ର ଦିବସ , ଦେଶର ପ୍ରତ୍ୟେକ ଭାଇଭଉଣୀଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ୧୯୫୦ ମସିହା  ଜାନୁଆରୀ ମାସର ୨୬ ତାରିଖ ଦିନ ଦେଶର ନୂଆ ସଂଭିଧାନ ପ୍ରଣୟନ କରାଯାଇଥିଲା । ଆମେ , ସମଗ୍ର ବିଶ୍ୱରେ ଏହା ଏକ  ସାର୍ବଭୌମତ୍ୟ ଗଣତନ୍ତ୍ର ରାଷ୍ଟ୍ର ଭାବେ ଗର୍ବ କରୁଛୁ । ଆମ ଦେଶ ଓ ଜାତି ପାଇଁ ଏହା ଏକ ଗର୍ବ ଓ ଗୌରବର ଦିବସ । ନିଜ ଶାସନକୁ ନିଜେ ଚଳାଇବା ପାଇଁ ଆମେ ସମର୍ଥ ବୋଲି ସାରା ବିଶ୍ୱକୁ ଜଣାଇ ଦେଇଛୁ ।ଭାରତୀୟ ସଂଭିଧାନ  ଆମ ଏକତା ଓ ବିବିଧତା ମଧ୍ୟରେ ଏକତା ହିଁ ହେଉଛି ଭାରତୀୟତା ।

   ଆଜିର ପବିତ୍ର ତିଥିରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ସ୍ବାଧିନତା ଗଠନରେ ଦେଶ ଓ ଜିଲ୍ଲାର ଯେଉଁ ସ୍ବାଧିନତା ସଂଗ୍ରାମୀ ମାନେ , ସେମାନଙ୍କ ତ୍ୟାଗପୁତ ଜୀବନକୁ ଉତ୍ସର୍ଗ କରି ଯାଇଛନ୍ତି ସେମାନଙ୍କ ପ୍ରତି ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଏ ମାଟିର ସନ୍ତାନ ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ଶ୍ରୀ ଶ୍ରୀ  କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। । ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ  ଯୋଜନା କାର୍ଯ୍ୟକ୍ରମ ସବୁ କାର୍ଯ୍ୟକାରୀ ହେଉଛି,  ସେ ସବୁର ସଫଳ  ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆଜିର ପବିତ୍ର ଦିବସ ହେଉଛି , ଆତ୍ମା ସମୀକ୍ଷାର ଦିବସ । ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ବିଶ୍ଵାସ ରଖି ନିଜଠାରେ ଆତ୍ମ ବିଶ୍ବାସ ଆଣିବା ଆଜିର ଏହି ସାଧାରଣତନ୍ତ୍ର ଦିବସର ଆହ୍ବାନ ବୋଲି କହିଥିଲେ ।

    ପରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ ଓ କୌତୁକ ବେଶପୋଷାକ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

  ଶେଷରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ଓ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।

   ଏହି ଦିବସ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ସମେତ ବହୁ ସଂଖ୍ୟାରେ ଜିଲ୍ଲାସ୍ତରୀୟ ଅଧିକାରୀ , ମାନ୍ୟଗଣ୍ୟ ବ୍ୟକ୍ତି ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

   ପ୍ୟାରେଡ଼ ବେଳେ ବିଭିନ୍ନ ବିଭାଗପକ୍ଷରୁ  ଆକର୍ଷଣୀୟ ୧୧ ଟି ପ୍ରଜ୍ଞାପନ ମେଢ଼ ବାହାରିଥିବା ବେଳେ  ଏଥିରେ ମୋଟ ୨୪ ଟି ପ୍ୟାରେଡ଼ ଦଳ ଭାଗ ନେଇଥିଲେ । ପ୍ୟାସରେଡ଼ କାର୍ଯ୍ୟକ୍ରମକୁ ପୋଲିସ ଆରଆଇ- ଡମ୍ବରୁ ଧର ହନାଗା ପରିଚାଳନା କରିଥିଲେ ।

 

Leave A Reply

Your email address will not be published.