ଜୁନାଗଡ ପ୍ରେସ କ୍ଲବ ପକ୍ଷରୁ ଡାକ୍ତର ଖାନାରେ ଫଳ ବଣ୍ଟନ

0 3

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ ପ୍ରେସ କ୍ଲବ ଆନୁକୁଲ୍ୟରେ ଜୁନାଗଡ ଡାକ୍ତର ଖାନାରେ ଫଳ ବଣ୍ଟନ ହୋଇଯାଇଛି | କଳାହାଣ୍ଡି ଜିଲ୍ଲା ଜୁନାଗଡ ଡାକ୍ତରଖାନାରେ  ଆଜି ପ୍ରେସ କ୍ଲବ ସଭାପତି ରଜନୀକାନ୍ତ ବଇଠାରୁଙ୍କ ନେତୃତ୍ଵରେ  ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି |

ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମରେ ସମ୍ପାଦକ ହିମାଂଶୁ ଶେଖର ବାରଡ,ଆଦିତ୍ୟ ପ୍ରସାଦ ମହାନ୍ତି, ରାକେଶ କୁମାର ବେମାଲ, ଖଗେଶ୍ଵର ଧଙ୍ଗଡ଼l ମାଝି, ପ୍ରଭାକର ସେଠୀ, କୁଞ୍ଜ ପ୍ରସାଦ ସାହୁ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଗୌରହରି ବାଗ, ପ୍ରଦୀପ ପଟ୍ଟନାୟକ, କୁମାର ମନି ଦୁର୍ଗା, ଗୟା ରାମ, ସୁନୀଲ ସିଂ, ପ୍ରେସ କ୍ଲବର ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ |  ଜୁନାଗଡ ଡାକ୍ତର ଖାନାର ମୁଖ୍ୟ ଡାଃ ଭଗବାନ ପଣ୍ଡା ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ଥିବା ବେଳେ ଡାକ୍ତର ଖାନାର ସମସ୍ତ କର୍ମଚାରୀ ଏଥିଲାରେ ସହଯୋଗ କରିଥିଲେ | ପ୍ରେସ କ୍ଲବ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଜୁନାଗଡ ବାସୀ ଭୁୟସୀ  ପ୍ରଶଂସା କରିଥିଲେ | 

 

Leave A Reply

Your email address will not be published.