ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମାଟିଆମହୁଲ ଗ୍ରାମରେ ସପ୍ତାହ ବ୍ୟାପି ଚାଲୁଥିବା ସ୍ୱତନ୍ତ୍ର ଜାତୀୟ ସେବା ଶିବର ଅବସରରେ ଲାୟନଓ କ୍ଳବ ଆନୁକୁଲ୍ୟରେ ସନିବାର ଦିନ ନିଶୁକ୍ଳ ଡାଇବେଟିବ ରୋଗର ଚିକିତ୍ସା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ନିଶୁଳ୍କ ଶିବିରକୁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ବିନୋଦ ବିହ।ରୀ ମିଶ ଉଦଘାଟିତ କରିଥିଲେ । ଡାଇବେଟିସ ପରିକ୍ଷା ଶିବିରକୁ ପଦ୍ମପୁର ଲାୟନଓ କ୍ଳବର ମେମ୍ବର ସନ୍ତୋଷିନୀ ରଥ, ଲାୟନସ ବିଭୁଦତ ପଣ୍ଡା, ଲାୟନଓ ବୁଲୁ ପଣ୍ଡା ପ୍ରମୁଖ ଗ୍ରାମବାସୀଙ୍କ ରକ୍ତ ପରୀକ୍ଷା ସହ ଡାଇବେଟିସରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କ ପରାମର୍ଶ ଦେଇଥିଲେ । ଲାୟନଓ କ୍ଳବର ସଦସ୍ୟ ମାନଙ୍କୁ ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ମିନକେତନ ବିଶ୍ୱାଲ, ଅଧ୍ୟାପକ ମହେଶ ମିଶ୍ର, ସୁବାଷ ପଧାନ ପ୍ରମୁଖ ସହଯୋଗ କରିଥିଲେ । ଏହି ନିଶୁକ୍ଳ ଶିବିର ଯୋଗୁ ମାଟିଆମହୁଲ ଗ୍ରାମର ଶତାଧିକ ବୃଦ୍ଧ ବୃଦ୍ଧା ଓ ସ୍କୁଲ ପିଲା ରକ୍ତ ପରିକ୍ଷାର ସୁଯୋଗ ପାଇଥିଲେ ।
Sign in
Sign in
Recover your password.
A password will be e-mailed to you.