ପୁରେନାରେ ସ୍କୁଲ କ୍ରୀଡା ପ୍ରତିଯୋଗିତା  

0 2

ପଦ୍ମପୁର,(ଶାସକ ପ୍ରଶାସକ)ଆଜି ପାଇକମାଳ ବ୍ଲକ ଅନ୍ତର୍ଗତ ପୁରେନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତୃତୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ବ୍ରଜକିଶୋର ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବରତୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ପୁଟା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଧିରେନ ମହାନ୍ତି ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ଵନାଥ  ବାଗ,ପୂର୍ବତନ ସରପଞ୍ଚ  ଦୁଃଶାସନ  କୁମ୍ଭାର,ସି.ଆ.ସି.ସି.ଅଶୋକ କୁମାର ସାହୁ ,ଏମ୍.ଆଇ.ଏସ.କୀର୍ତ୍ତନ ପ୍ରଧାନ ,ସହଦେବ ସାହୁ,ଗଣପତି ଦାଉ ପ୍ରମୁଖ ଯୋଗ ଦେଇ ଥିଲେ। ମୁଖ୍ୟ ବକ୍ତା ଶ୍ରୀ ମହାନ୍ତି କ୍ରୀଡ଼ା କ୍ଷେତ୍ରରେ ଅଞ୍ଚଳରେ ଉଲ୍ଲେଖନୀୟ  ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ କାର୍ଯ୍ୟ କୁ ଆଲୋକପାତ କରି ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ଉପଦେଶ ଦେଇ ସ୍କୁଲ ସମସ୍ୟା ଯଥା ଖେଳପଡିଆ,ବିଦ୍ୟାଳୟ ନୂତନ କୋଠରୀ ନିର୍ମାଣ,ମୋ ସ୍କୁଲ ଅଭିଯାନ ଆଦି ସମସ୍ୟା ଉପରେ ମୁଖ୍ୟଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ମୁଖ୍ୟ ଅତିଥି ସରପଞ୍ଚ ଶ୍ରୀମତୀ ପୁଟା ଏହା ଉପରେ ଗୁରତ୍ୱର ସହ ବିଚାର କରି ନିଶ୍ଚିତ ଭାବେ ପୂରଣ କରିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ। ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ମାନ ପତ୍ର ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍କୁଲ ସହକାରୀ ଶିକ୍ଷକ ଉଗ୍ରେସନ ପ୍ରଧାନ ଖେଳପଡିଆ ପାଇଁ ଏକ ଲକ୍ଷ ଟଙ୍କା  ପ୍ରୟ୍ଯନ୍ତ ଆର୍ଥିକ ସହଯୋଗ ନିଜ ଦରମାରେ ମାସିକ ୫ହଜାର ଟଙ୍କା ଦେବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ।ବିଦ୍ୟାଳୟ ଶିକ୍ଷକ ମାଧବଚନ୍ଦ୍ର ପୁରୋହିତ ସଭାକାର୍ଯ୍ୟ କୁ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ତିଳୋତ୍ତମା ନାଗ,ଝରଣା ଦାସ, ଲିପସା ସାହୁ ଉପସ୍ଥିତ ଥିଲେ।ପରିଶେଷରେ ଶିକ୍ଷକ ଉଗ୍ରେସନ  ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.