ଜିଲ୍ଲାର ତୃତୀୟ ‘ଜନଔଷଧି କେନ୍ଦ୍ର’ ଉଦ୍ଘାଟିତ On Mar 27, 2018 18 Share ପ୍ରେସକ୍ରିପ୍ସନ ବେଳେ ଜନ ଔଷଧି ଲେଖିବାକୁ ଡାକ୍ତରଙ୍କୁ ରୋଗୀପରିବାର କହିବାର ଆବଶ୍ୟକତା ରହିଛି ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲେଶ୍ୱର ଜିଲ୍ଲାର ତୃତୀୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ‘ମୃତ୍ୟୁଞ୍ଜୟ ଡ୍ରଗ୍ସ’ ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛକଠାରେ ଆଜି ଉଦ୍ଘାଟିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ରୋଟାରିଆନ୍ ସୁବାସିନୀ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନ ଔଷଧି କେନ୍ଦ୍ରକୁ ଉଦ୍ଘାଟନ କରିବା ସହିତ ଜୀବନ ରକ୍ଷା କ୍ଷେତ୍ରରେ ଏହା ଜିଲ୍ଲାବାସୀଙ୍କ ପାଇଁ ବେଶ ସହାୟକ ହେବ ବୋଲି କହିଥିଲେ । ତେବେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଥିବା ବେଳେ ଏନେଇ ଡାକ୍ତରମାନଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଡାକ୍ତରମାନେ ଜନ ଔଷଧି ପ୍ରେସକ୍ରିପ୍ସନ କରିଲେ ଯାଇ ଗରିବ ଲୋକଟି ସ୍ୱଳ୍ପ ମୂଲ୍ୟରେ ଏହି ଔଷଧ କିଣି ପାରିବ ବୋଲି ସେ ଶ୍ରୀମତୀ ଜେନା ମତ ପ୍ରକାଶ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିବେକାନନ୍ଦ ଦାସ, ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ‘ବୁ୍ୟରୋ ଅଫ୍ ଫାର୍ମା ପିଏସୟୁଏସ୍ ଅଫ୍ ଇଣ୍ଡିଆ’ର ନୋଡାଲ ଅଫିସର ଓମ ପ୍ରକାଶ ବର୍ମା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ବ୍ୟୟ ବହୁଳ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜନ ଔଷଧିର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ବିସ୍ତୃତ ଭାବେ ଅଲୋଚନା କରିଥିଲେ । ସମାନ କମ୍ପୋଜିସନ ଥିବା ବ୍ରାଣ୍ଡେଡ୍ କମ୍ପାନିର ଔଷଧଠାରୁ ଏହା ଅପେକ୍ଷାକୃତ ୪୦ ପ୍ରତିଶତ କମ୍ ମୂଲ୍ୟରେ ମିଳିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ତେବେ ପ୍ରେସକ୍ରିପ୍ସନ ବେଳେ ଜନ ଔଷଧି ଲେଖିବାକୁ ଡାକ୍ତରଙ୍କୁ ରୋଗୀପରିବାର କହିବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବିଷ୍ଣୁ ପ୍ରସାଦ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ରର ଅଧିକୃତ ବିକ୍ରେତା ତଥା ସତ୍ତ୍ୱାଧିକାରୀ ସୁରଂଜନ ଦାସମହାପାତ୍ର ଏଥିରେ ଉପସ୍ଥିତ ରହି ନିଜ ପିତାଙ୍କ ମୃତ୍ୟୁଞ୍ଜୟ ଙ୍କ ନାମରେ ଜିଲ୍ଲାର ତୃତୀୟ ଜନ ଔଷଧି କେନ୍ଦ୍ର ଖୋଲିବାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 18 Share FacebookTwitterGoogle+ReddItWhatsAppPinterestEmail