ହେଡଲାଇନସ୍:

ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ବାର୍ଷିକ ସାଧାରଣ ନିର୍ବାଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ,୭/୭-ଶ୍ରୀ ଶ୍ରୀ ବାବା ଶଙ୍କରେଶ୍ୱରଙ୍କ ପବିତ୍ର ପୀଠରେ ପୁରୀ ସି ବିଚ୍ ଫଟୋଗ୍ରାଫର ମହାସଂଘର ବାର୍ଷିକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ପୁରୀ ସି ବିଚ୍ ଫଟୋଗ୍ରାଫର ମହା ସଂଘରେ ସାମିଲ ଥିବା ନଅ ଗୋଟି ସଂଗଠନର ସଭ୍ୟ ଉପସ୍ଥିତ ରହି ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ।ମହାସଂଘର ଉପଦେଷ୍ଟା ଆଡଭୋକେଟ୍ ଶ୍ରୀକାନ୍ତ ପରିଜା, ସାମାଜିକ କର୍ମୀ ସିଦ୍ଧାର୍ଥ ରାୟ , ବରିଷ୍ଟ ସଭ୍ୟ ହେମନ୍ତ ଦାସ,ଗୋବିନ୍ଦ ଦତ୍ତ, ଗଣନାଥ ପରିଡ଼ା, ସମୀର ରଞ୍ଜନ ପାଣିଗ୍ରାହୀ,ନିର୍ବାଚନ କମିଶନର ଭାବେ ଦାୟିତ୍ବ ପରିଚାଳନା କରିଥିଲେ।ନିର୍ବାଚନରେ ସଭାପତି ଭାବେ ରଞ୍ଜନ କୁମାର ଦାସ,ଉପସଭାପତି ଭାବେ ଶ୍ରୀଧର ପଣ୍ଡା,ସମ୍ପାଦକ ଭାବେ ସିଙ୍ଗଲ ଶିବ ରାଓ,ସହ ସମ୍ପାଦକ ଭାବେ ବି ଲୋକନାଥ ବେହେରା,ଯୁଗ୍ମ ସମ୍ପାଦକ ଭାବେ ମାର୍କଣ୍ଡ ମିଶ୍ର,କର୍ଯ୍ୟ ନିରିକ୍ଷକ ଭାବେ ଜି ମୋହନ ରାଓ ଓ କୋଷାଧ୍ୟକ ଭାବେ ପ୍ରଭାତ ସେଠୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ନବ ନିର୍ବାଚିତ ପଦାଧିକାରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜଣାଇବା ସହିତ ନୂତନ ପ୍ରତିନିଧି ମାନେ ସ୍ଵଚ୍ଛତାର ସହିତ ଅନୁଷ୍ଠାନ ପାଇଁ କାର୍ଯ୍ୟ କରିବେ ବୋଲି ସଂକଳ୍ପ ନେଇଥିଲେ। ଅନୁଷ୍ଠାନ ବରିଷ୍ଠ ସଦସ୍ୟ ମୋହନ ରାଓ ନିର୍ବାଚନ ସୁ ପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

0
0
0
s2sdefault