ହେଡଲାଇନସ୍:

ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ,୭/୭-ଚଳିତବର୍ଷ ରଥଯାତ୍ରାରେ ପୁରୀକୁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ରଥଯାତ୍ରୀ ଆସିବାର ସମ୍ଭାବନା ରହିଛି । ଶ୍ରୀଗୁଣ୍ଡିଚାଯାତ୍ରା , ବାହୁଡା ଯାତ୍ରା,ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ଓ ଅନ୍ୟ ଦିନମାନଙ୍କରେ ପର୍ଯ୍ଯାୟକ୍ରମେ ରଥଯାତ୍ରୀ ପୁରୀକୁ ଆସିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପୁରୀ ମହାନଗର ନିଗମ ଘୋଷଣା ହୋଇ କାର୍ଯ୍ୟକାରୀ ହୋଇଥିଲେ ମଧ୍ଯ ପୁରୁଣା ପୌରସଂସ୍ଥା ପରି କାର୍ଯ୍ଯ ଚାଲିଛି । କେବଳ ଅଧିକାରୀ ବଢିଛନ୍ତି କିନ୍ତୁ କାର୍ଯ୍ଯ ବଢିନାହିଁ । ସହର ବିଭିନ୍ନ ସ୍ଥାନରେ ମୁକୁଳା ଡ୍ରେନ ମୃତ୍ଯୁ ର ଘଣ୍ଟି ବଜାଇବା ପାଇଁ ଚାହିଁ ରହିଛି । ବଡଦାଣ୍ଡର ଦୁଇପାର୍ଶ୍ଵ ର ଅଧିକାଂଶ ସ୍ଥାନରେ ଡ୍ରେନ ସ୍ଲାବ ପୁରୁଣା ଓ ଫଟା ରହିଥିବାରୁ ଅଧିକ ଲୋକ ସ୍ଲାବ ଉପରେ ଠିଆ ହେଲେ ତାହା ଗଳିପଡିବାର ସମ୍ଭାବନା ରହିଛି । ବିଗତ ଦିନରେ ଗଜପତି ନଗର ପ୍ରଦୀପ ଚୌଧୁରୀ (୫୩) ବର୍ଷ, କଲିକତାର ହେମନ୍ତ ଗଜ ,ଚନ୍ଦନପୁର ର ନିଧି ଭୋଇ, ସମଗରାର ଗଣେଶ ନାୟକ, ବଳିଆପଣ୍ଡାର ୨ଜଣ ଓ ଦତ୍ତତୋଟାରା ୧ ଜଣ ମୋଟ ୮ ଜଣଙ୍କ ଜୀବନ ଲିଭି ଯାଇଥିବା ବେଳେ ଏ ସମ୍ପର୍କରେ ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାଶ ରାଜ୍ୟ ମାନବାଧିକାର ଆୟୋଗ ର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ମହାନଗର କର୍ମଚାରୀ ମାନେ ବଡଦାଣ୍ଡର ଅନେକ ସ୍ଥାନରେ ସ୍ଲାବ କୁ ସ୍ଲାବ ମିଶୁନଥିବା ବେଳେ କେତେକ ସ୍ଲାବ ବଡଦାଣ୍ଡକୁ ବଢି ରହିଥିବାରୁ ରଥଯାତ୍ରାରେ ଅଘଟଣ ଘଟିବାର ସମ୍ଭାବନା ରହିଛି । ସହରରେ ଖୋଲା ରହିଥିବା ମୁକୁଳା ଡ୍ରେନ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ ପକାଇବା ପାଇଁ ସାଧାରଣରେ ଦାବି ହେଉଛି ।

0
0
0
s2sdefault