ହେଡଲାଇନସ୍:

କଫ ସିରାପ ସମେତ ଚୋରା ବିଦେଶୀ ମଦ ଜବତ ୨ କୋର୍ଟ ଚାଲାଣ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:୦୭/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ଓ ମାର୍ଶାଘାଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମନ୍ତିରୀ ଗ୍ରାମର ପୁଲକ କୁମାର ସ୍ୱାଇଁ (ବୟସ ୩୮ ବର୍ଷ) ଙ୍କ ନିକଟରୁ ୧୦୦ ମିଲି ଲିଟର ବିଶିଷ୍ଟ ୬୨ ଟି କଫ ସିରାପ ବୋତଲ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିଲା। ସେହିପରି ଆମ୍ବୁରା ଗ୍ରାମର ପ୍ରଦୀପ ସେନାପତି (ବୟସ ୩୮ ବର୍ଷ) ଙ୍କ ନିକଟରୁ ୨୯ ଲିଟର ଚୋରା ବିଦେଶୀ ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିଲା । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନାନୁସାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର ଏବଂ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

0
0
0
s2sdefault