ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଝାରସୁଗୁଡ଼ା ସହଯୋଗ ରେ "ସବୁଜୟନା-୨୬" ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନେଇ ବୃକ୍ଷ ରୋପଣ ସହ ପରିବେଶ ସଂରକ୍ଷଣ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ସଭାରେ ଆୟୋଜକ ସଂସ୍ଥା ର ସଭାପତି ଡ.ବିଶ୍ୱଜିତ ଖମାରୀ ଓ ସମ୍ପାଦକ ଡ. ସ୍ୱର୍ଣ୍ଣମୟୀ ପୁରୋହିତ ଅତିଥି ଭାବରେ ମଞ୍ଚାସିନ ହୋଇ ପରିବେଶ ସଂରକ୍ଷଣ, ବୃକ୍ଷ ରୋପଣ ର ଆବଶ୍ୟକତା, ପ୍ରକୃତିର ସୁରକ୍ଷା ଇତ୍ୟାଦି ଉପରେ ସଚେତନତା ବାର୍ତ୍ତା ଦେଇଥିଲେ l ଏଥିରେ ଡ. ରବିନାରାୟଣ ପାଣିଗ୍ରାହୀ, ତପନ କୁମାର ବାରିକ, ପୂର୍ଣ୍ଣିମାମୟୀ ଦାଶ, ମାନସୀ ପଣ୍ଡା, ଅଞ୍ଜଳି ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ l ସଭା ପରେ ବିଦ୍ୟାଳୟରେ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚିନ୍ମୟୀ ଦେବଶ୍ରୀ ପିଙ୍ଗ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l
ରାଜ୍ୟ
କୋଲାବିରା ହାଇସ୍କୁଲରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ,
- Hits: 13







