ଓଡ଼ଗାଁ, ୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକସ୍ଥିତ ରଘୁନାଥ ମନ୍ଦିର ପରିସରରେ ଥିବା ସରକାରୀ ସୁବିଧା କେନ୍ଦ୍ରରେ ସୋମବାର ସନ୍ଧ୍ୟାରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି।
ଜୁନ୍ ୨୩ରୁ ଜୁଲାଇ ୬ ପର୍ଯ୍ୟନ୍ତ ପାଳିତ ହୋଇଥିବା ପାଳନ ପକ୍ଷର ଅନ୍ତିମ ସନ୍ଧ୍ୟାରେ ସୁଶାନ୍ତ କୁମାର ସାହୁ ଓ ଅଚ୍ୟୁତ ପଣ୍ଡାଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ମୁଖାର୍ଜୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରାଯାଇଥିଲା। ଏଥିସହ ଭାରତୀୟ ଜନସଂଘର ପ୍ରତିଷ୍ଠା, ପରବର୍ତ୍ତୀ ସମୟରେ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ଗଠନ ଇତିହାସ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଜଗନ୍ନାଥ ପାଣିଗ୍ରାହୀ, ରାଜେଶ ସେଠୀ, ହିମାଦ୍ରୀ ମହାରଣା, ସୁଶିଲ ସେନାପତି, କବିରାଜ ପଣ୍ଡା, ସୀମାଞ୍ଚଳ ଆଚାରୀ, ପଞ୍ଚାନନ ବୈଠାରୁ, କାର୍ତ୍ତିକ ପଣ୍ଡା, ସତ୍ୟନାରାୟଣ ପାତ୍ର, ସାମି ସାହୁ ଏବଂ କୃଷ୍ଣଚନ୍ଦ୍ର ବରାଡ ପ୍ରମୁଖ ଉପସ୍ଥିତ ରହି ନିଜ ମତାମତ ରଖିଥିଲେ। ଶେଷରେ କାର୍ତ୍ତିକ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।







