ହେଡଲାଇନସ୍:

ଝାରସୁଗୁଡ଼ା ଡିଏଭିରେ ବନ ମହୋତ୍ସବ ସପ୍ତାହ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପରିବେଶ ସୁରକ୍ଷା ସହିତ ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀଙ୍କ ଆହ୍ୱାନ

ଝାରସୁଗୁଡ଼ା:୦୭ ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ବନ ମହୋତ୍ସବ ସପ୍ତାହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ସବୁଜ ପରିବେଶ ଗଠନର ଆବଶ୍ୟକତା ଉପରେ ଗୁରୁତ୍ୱ କରାଯାଇଥିଲା। ଏହି ଅବସରରେ ଡାକ୍ତର ଟି. କେ. ଦାସ, ଡାକ୍ତର ଆର କେ ଯୋଶୀ, ଡାକ୍ତର ବବିତା ରମଣୀ ଓ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଦେବତାଙ୍କ ସମେତ ବିଦ୍ୟାଳୟର ଏନସିସି, ଜୁନିୟର ରେଡ଼ କ୍ରସ ଏବଂ ସ୍କାଉଟଗାଇଡର ଛାତ୍ରଛାତ୍ରୀମାନେ ମିଳିତ ଭାବେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ। ପରିବେଶ ସୁରକ୍ଷା ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହ ରୋପିତ ଚାରାଗୁଡ଼ିକର ଯତ୍ନ ନେବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ପରିବେଶ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ। ଶେଷରେ ସମସ୍ତେ ସବୁଜ ସାଥୀ ଭାବେ ସବୁଜ ଓ ସ୍ୱଚ୍ଛ ପରିବେଶ ଗଠନ ପାଇଁ ନିଜ ନିଜ ସ୍ତରରେ ଅବଦାନ ରଖିବାକୁ ଶପଥ ଗ୍ରହଣ କରିଥିଲେ । ବିଦ୍ୟାଳୟର ଇକୋ କ୍ଲବ ବିଭାଗୀୟ ଶିକ୍ଷକ ଦେବଦତ୍ତ ମିଶ୍ର, ନିକିତା ଗର୍ତ୍ତିଆ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

0
0
0
s2sdefault