ହେଡଲାଇନସ୍:

ଲଗାଣ ବର୍ଷା ପରେ ସକ୍ରିୟ ପୌର ପ୍ରଶାସନ; ତଳିଆ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ପୌରାଧ୍ୟକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ୭:ଗତ ତିନି ଦିନର ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି ହେବାରୁ ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ବୋହିବା ସହ ଶତାଧିକ ଘରେ ପାଣି ପଶିଯାଇଥିଲା। ଫଳରେ ବହୁ ପରିବାର ନାନା ସମସ୍ୟାର ସମ୍ମୁଖୀନ ହେବା ସହ ଆସବାବପତ୍ର ଓ ଘରୋଇ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି।

ଘରେ ପାଣି ଜମି ରହିଥିବାରୁ କିଛି ପରିବାର ରୋଷେଇ କରିପାରିନଥିବା ବେଳେ ଦୈନନ୍ଦିନ ଜୀବନ ମଧ୍ୟ ବ୍ୟାହତ ହୋଇଥିଲା। ପରିସ୍ଥିତିର ମୁକାବିଲା ପାଇଁ ପୌର ପ୍ରଶାସନ ପକ୍ଷରୁ ପମ୍ପ ସହାୟତାରେ ଜମା ପାଣି ନିଷ୍କାସନ କରାଯାଇଥିଲା। ଏହାସହ ଜମି ମାଲିକଙ୍କ ସହ ଆଲୋଚନା କରି ଏକ ଅସ୍ଥାୟୀ ଡ୍ରେନ୍ ନିର୍ମାଣ କରାଯିବା ପରେ ବର୍ଷାଜଳ ନିଷ୍କାସନରେ ସୁଧାର ଆସିଥିବା ସୂଚନା ମିଳିଛି।

ଏହି ପରିପ୍ରେକ୍ଷୀରେ ସୋମବାର ପୌରାଧ୍ୟକ୍ଷା ରାନୀ ହାତୀ ମଙ୍ଗଳ ବଜାର, ଗୌସ କଲୋନୀ ଏବଂ ୱାର୍ଡ ନମ୍ବର–୨୧ର ତେତେଲମାଲ ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ପରିବାରମାନଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବର୍ଷା ଋତୁ ଶେଷ ହେବା ପରେ ସମ୍ପୂର୍ଣ୍ଣ ଡ୍ରେନ୍ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପରିଦର୍ଶନ ସମୟରେ ୱାର୍ଡ ନମ୍ବର–୨୧ର କାଉନ୍ସିଲର ନିତାରାଣୀ ସା, ପୌର ଯନ୍ତ୍ରୀ ସୁଶାନ୍ତ କୁମାର ପଟେଲ, ପରିମଳ ବିଶେଷଜ୍ଞ ଆଲୋକ ଜଗତଙ୍କ ସମେତ ପୌର ପରିଷଦର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

0
0
0
s2sdefault