ହେଡଲାଇନସ୍:

ରାସ୍ତାରେ ଖାଲ, ପଡି ହେଉଛନ୍ତି ଲୋକ କଲବଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାସ୍ତାରେ ଖାଲ, ପଡି ହେଉଛନ୍ତି ଲୋକ କଲବଲ 

ଡୁଙ୍ଗୁରିପାଲି:  ୨୬ ନମ୍ବର ଜାତୀୟ ରାଜପଥର ଡୁଙ୍ଗୁରିପାଲି ବେଙ୍କ୍ ଅଫ୍ ବରୋଦା ସାମ୍ନାରେ ପ୍ରାୟ ୯ ଫୁଟ ଲମ୍ବ ଓ ୩ ରୁ ୭ ଇଞ୍ଚ୍ ଗଭୀର ଗର୍ତ୍ତ ମରଣ ଯନ୍ତା ପାଲଟିଛି ! ବହୁ ବାଇକ୍ ଆରୋହୀ ଏହି ଖାଲରେ ପଡି ଦୁର୍ଘଟଣାର ଶୀକାର ହୋଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଉଥିବା ଲୋକେ ପ୍ରକାଶ କରନ୍ତି ! ଏହି ରାସ୍ତାରେ ନିତିପ୍ରତି ଯାତାୟତ କରୁଥିବା ଲୋକେ ଏଠାରେ ସତର୍କ ହୋଇ ଯିବା ଆସିବା କରୁଥିବା ବେଳେ ଏ ବାବଦରେ ଜାଣି ନ ଥିବା ବାଇକ୍ ଚାଳକଙ୍କ ପାଇଁ ଏହା ଏକ ମରଣ ଯନ୍ତା ହେବା ସ୍ବାଭାବିକ !ସେହିପରି ଡୁଙ୍ଗୁରିପାଲି ପ୍ରାୟ ଥାନା ସାମ୍ନା ଜାତୀୟ ରାଜପଥ ବସ୍ ଷ୍ଟପ୍ ରେ ପ୍ରାୟ ୬ ଇଞ୍ଚ୍ ରୁ ୯ ଇଞ୍ଚ୍ ପର୍ଯ୍ୟନ୍ତ ଖାଲ ରହି ଯାନ ବାହନ ଚାଳକଙ୍କ ପାଇଁ ବିପଦର କାରଣ ପାଲଟିଛି !

 

0
0
0
s2sdefault