ହେଡଲାଇନସ୍:

ପାରଳାଖେମୁଣ୍ଡିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା : ପାରଳା ସହରକୁ ସୁନ୍ଦର ସହର କରିବାକୁ ପ୍ରଚେଷ୍ଟା ଜାରି ରହିଛି : ସିଦ୍ଧାନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତ୍ରୀଠାରୁ ବିଜୁ ଜନତାଦଳର ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି(ଗୁରୁବାର) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଦଯାତ୍ରାରେ ସାଂସଦ ସିଦ୍ଧାନ୍ତ ମହାପାତ୍ର, ପୁର୍ବତନ ବିଧାୟକ କେ ନାରାୟଣ ରାଓ, ପୁର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ପି କ୍ରିଷ୍ଣା, ରାମନାଥ ମିଶ୍ର, ଜମିଦାର ପଟ୍ଟନାୟକ, ପର୍ଯ୍ୟବେକ୍ଷକ କେ ଅନୀଲ, ସିଏଚ ସିମାଦ୍ରୀଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ  । ବିଜୁ ଜନତା ଦଳ ଗରିବ ଳୋକଙ୍କ ସେବା କରିଆସୁଛି । ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ସହ ପାରଳା ସହରକୁ ଏକ ସୁନ୍ଦର ସହର ଭାବେ ଗଢିତୋଳିବାକୁ ପ୍ରଚେଷ୍ଟା ଜାରି ରହିଛି ବୋଲି ପଦଯାତ୍ରା ଅବସରରେ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଥିଲେ  ।   

0
0
0
s2sdefault