ହେଡଲାଇନସ୍:

ଦେବଯାନୀ ହେବେ ଗାଡ଼କରୀଙ୍କ ବ୍ୟକ୍ତିଗତ ସଚିବ : ଆହୁଜା -ରେସ୍ତୋଗିଙ୍କ କେଦ୍ରିୟ ଡେପୁଟେସନକୁ ତୃତୀୟ ମହଲାର ହଁ  ୯ଜଣ ବରିଷ୍ଠ ଓଏସ ଓଡିଶା ପାଇଲେ ଆଇଏସ, ବିଧିବଦ୍ଧ ବିଜ୍ଞପ୍ତିକୁ ଶୀଘ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଓଡିଶା କ୍ୟାଡର  ଆଇଏସ ଅଫିସର ଦେବଯାନୀ ଚକ୍ରବର୍ତୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ହେବେ. ଏ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ଏକ ପ୍ରସ୍ତାବକୁ ତୃତୀୟ ମହଲାର ମଞ୍ଜୁରୀ ।

ସେହିପରି କେନ୍ଦ୍ରୀୟ ଡେପୁଟେସନ ଯିବା ଲାଗି ବରିଷ୍ଠ ଆଇଏସ ଅଫିସର ମନୋଜ ଆହୁଜାଙ୍କୁ ରାଜ୍ୟ ସରକାରଙ୍କ ସବୁଜ ସଂକେତ, ସେ ଲାଲବାହାଦୁର ଶାସ୍ତ୍ରୀ ଅକାଦେମୀ ରେ ଯୁଗ୍ମ ମହାନିର୍ଦେଶକ ଭାବେ ଯୋଗ ଦେବେ। ସେଠାରେ ପୂର୍ବରୁ ତାଙ୍କ ଧର୍ମପତ୍ନୀ ଆରତୀ ଆହୁଜା ନିକଟରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଲାଲବାହାଦୁର ଶାସ୍ତ୍ରୀ ଅକାଦେମୀ ରେ ଯୁଗ୍ମ ମହାନିର୍ଦେଶକ ଭାବେ ଯୋଗ ଦେଇସାରିଛନ୍ତି । 

ସେହିପରି ବରିଷ୍ଠ ଆଇଏସ ଅଫିସର ସଞ୍ଜୟ ରସ୍ତୋଗିଙ୍କ କେନ୍ଦ୍ରୀୟ ଡେପୁଟେସନ ଆବେଦନ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି.`ଖୁବ ଶୀଘ୍ର ବାହାରିବ ଉଭୟଙ୍କ ବଦଳି ଆଦେଶ ।

ଅତିରିକ୍ତ ସଚିବ ପାହ୍ୟାର ୯ଜଣ ବରିଷ୍ଠ ଓଏସ ଅଫିସର ଆଇଏସ ପାହ୍ୟାକୁ ପଦୋନ୍ନତି `ମୋଟ ୧୧ଟି ପଦବୀ ମଧ୍ୟରୁ ଜଣକ ନାମରେ ବିଭାଗୀୟ ପ୍ରୋସିଡିଙ୍ଗ ଥିବା ବେଳେ ଆଉ ଜଣେ ଅବସର ନେଇସାରିଛନ୍ତି । ` ଖୁବ ଶୀଘ୍ର କର୍ମୀଙ୍କ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା`` ତାପରେ ଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ବିଜ୍ଞପ୍ତି ବାହାରିବ`  ଆଇଏସ ପାହ୍ୟାକୁ ପଦୋନ୍ନତି ପାଇବାକୁ ଥିବା ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ସଂଗ୍ରାମଜିତ ନାୟକ, ରଞ୍ଜନ ଦାସ, ରଶିଦ ଖାଁ, ବିଶ୍ୱନାଥ ଆଚାର୍ଯ୍ୟ, ଅମରେନ୍ଦ୍ର ପଟ୍ଟନାୟକ,ସୁଶାନ୍ତ ମହାପାତ୍ର, 

 

 

 

0
0
0
s2sdefault