ହେଡଲାଇନସ୍:

ସଦର ନିର୍ବାଚନମଣ୍ଡଳୀରେ ବିଜେଡିର ଜନସମ୍ପର୍କ ଯାତ୍ରା : ମୁଖ୍ୟମନ୍ତ୍ରୀଙ୍କର ହବିସ୍ୟାଳି ସେବା ଓ ବୃଦ୍ଧବୃଦ୍ଧାଙ୍କୁ ତିର୍ଥଭ୍ରମଣ କରାଇବା ଯୋଜନା ବିଶ୍ୱରେ ବିରଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲେଶ୍ୱର : ବିଜେଡି ସଦର ଶାଖା ପକ୍ଷରୁ ସିନ୍ଧିଆ ଗ୍ରାମ ପଞ୍ଚାୟତ ଠାରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସିନ୍ଧିଆ ପଞ୍ଚାୟତର କେଶରପୁର ଛକ ଠାରୁ  ସିନ୍ଧିଆ ହାଟ ପୋଖରୀ ପଡିଆ ପଯ୍ୟନ୍ତ ପରିକ୍ରମା କରିଥିବା ଏହି ବିଶାଳ ପଟୁଆରରେ  ପାଞ୍ଚ ହଜାରରୁ ଅଧିକ ର୍କମୀ ଏବଂ ସର୍ମଥକ ସାମିଲ ହୋଇଥିଲେ । ପରେ ସିନ୍ଧିଆ ହାଟ ପୋଖରି ପଡିଆରେ ଏକ ସାଧାରଣ ସଭା ବିଜେଡି ନଗର ସଭାପତି ଆଶିଷ ଘୋଷଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ହବିସ୍ୟାଳି ସେବା ଓ ବୃଦ୍ଧବୃଦ୍ଧାଙ୍କୁ ତିର୍ଥଭ୍ରମଣ କରାଇବା ଯୋଜନା ବିଶ୍ୱରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏଥିରେ ଯୋଗଦେଇ୨୦୦୦ ମସିହାରୁ ୨୦୧୭ ପ୍ରଯ୍ୟନ୍ତ ବାଲିଘାଟ ପୋଲ ଠାରୁ ଆରମ୍ଭ କରି ସେ ଅଞ୍ଚଳରେ ହୋଇଥିବା ସମସ୍ତ ଲୋକାଭିମୁଖୀ ପ୍ରକଳ୍ପର ହିସବ ରଖିବା ସହ ଲୋକଙ୍କ ପ୍ରତି ସେ ସର୍ମପିତ ଏବଂ ଆଗାମୀ ଦିନରେ ବାକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରବା ନେଇ ପ୍ରତିଶ୍ରୁତି ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ସତୀଶ ଧଳ, ବ୍ରିଟ ଅଧ୍ୟକ୍ଷ ଗୌରୀ ରାଉତ, ବାଲେଶ୍ୱର ପୌରପାଳ ଆଲୋକ ସାହୁ, ସାଂସଦ ପ୍ରତିନିଧି ତଥା ଜିଲ୍ଲା ସଧାରଣ ସଂପାଦକ  ବରଦା ପ୍ରସନ୍ନ ପଟ୍ଟନାୟକ, ସଦର ବ୍ଲକ ଅଧ୍ୟକ୍ଷ ନରାୟଣ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସିନ୍ଧିଆ ପଞ୍ଚାୟତର ସରପଞ୍ଚ ଅନିରୁଦ୍ଧ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଦର ନିର୍ବାଚନମଣ୍ଡଳୀର ଯୁବ ନେତା ଶକ୍ତିପଦ ରାୟ, ମିଡିଆ ସଂଯୋଜକ ଧିରେନ ନାୟକ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ପ୍ରସନ୍ନ ଜେନା, କାବୁ ପ୍ରଧାନ, ଭରତ ସାହୁ, ରଥ ପରିଡ଼ା, କାର୍ତ୍ତିକ ପରିଡ଼ା, ମୀନ ଦାଶ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

0
0
0
s2sdefault