ହେଡଲାଇନସ୍:

ନିରାଡ଼ମ୍ବରରେ ପାଳିତ ହେବ ଭଦ୍ରକରେ ଆଗାମୀ କାଳୀପୂଜା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭଦ୍ରକ- ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ କାଳୀପୂଜା ପର୍ବପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ଅନୁପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ନରୋତମ ବେହେରା ସମେତ ବିଭିନ୍ନ ପୂଜାକମିଟିର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତା ତଥା  ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଚଳିତବର୍ଷ କିପରି ଭଦ୍ରକରେ ପ୍ରସିଦ୍ଧ କାଳୀପୂଜା ପର୍ବ ଶାନ୍ତିଶୃଙ୍ଖଳା ସହ ଶେଷ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।  ଆସନ୍ତା ଅକ୍ଟୋବର ୧୯ ତାରିଖରୁ  କାଳୀପୂଜା ପର୍ବ ଆରମ୍ଭ ହୋଇ ଅକ୍ଟୋବର ୨୮ ତାରିଖରେ ଶେଷ ହେବ । ଚଳିତବର୍ଷ ଭଦ୍ରକରେ କାଳୀପୂଜା ପର୍ବ ନିରାଡ଼ମ୍ବର ସହକାରେ ପାଳନହେବ ବୋଲି ପ୍ରସ୍ତୁତି ବୈଠକରେ ସର୍ବସମ୍ମତ୍ତିକ୍ରମେ  ନିଷ୍ପତ୍ତି ଗ୍ରହଣ କରାଯାଇଛି । ପାରମ୍ପରିକ ରୀତିିନୀତିରେ  ଅନୁସାରେ ବିଭିନ୍ନ ପୂଜା ମଣ୍ଡପରେ ଦେବୀଙ୍କର ପୂଜାକାର୍ଯ୍ୟ ଅନୁଷ୍ଠିତ ହେବ । ପୂଜା ସମୟରେ ଧିର ଶଦ୍ଧରେ ପୂଜାପାଠ କରିବା ପାଇଁ  ମାଇକର ଅନୁମତି ଦିଆଯିବ । ସେହିପରି ଅକ୍ଟୋବର ୨୯ତାରିଖରେ ଦେବୀଙ୍କର ମୂର୍ତିଗୁଡ଼ିକ ଭସାଣୀ ଉସôବ ରାତି ପରିବର୍ତେ ଦିନରେ ଭସାଣୀ କାର୍ଯ୍ୟ ଶେଷ କରାଯିବ । ମେଢ ଭସଣୀ ସମୟରେ କେବଳ ପାରମ୍ପାରିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯିବ । ପୂଜା ସମୟରେ କୌଣସି ଅପେରା ବା ଯାତ୍ରା ପାଟିଙ୍କୁ ପରିବେଷଣ ପାଇଁ ଅନୁମତି ଦିଆଯିବନାହିଁ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ବିଶେଷ କରି ପୂଜା ପୂର୍ବରୁ ସହରର ରାସ୍ତାଘାଟ ମରାମତି, ଅନିୟମିତତା ବିଦୁ୍ୟତ୍କାଟର ନିୟନ୍ତ୍ରଣ, ଆଲୋକ ବ୍ୟବସ୍ଥା, ନାଳନର୍ଦ୍ଧମା ପରିଷ୍କାର କରାଯିବା, ସହରର ପରିମଳ ବ୍ୟବସ୍ଥା, ପ୍ରତ୍ୟେକ ପୂଜାମଣ୍ଡପକୁ ରାସ୍ତାର ବ୍ୟବସ୍ଥା, ସ୍ୱାସ୍ଥ୍ୟ ବିଭାଗରେ ଆମ୍ବୁଲାନ୍ସ ବ୍ୟବସ୍ଥା, ଦମକଳ ବିଭାଗର ସଜାଗତା ଓ ପାର୍ବଣ ଉସôବ ସମୟରେ ଅବାଧ ମଦକାରବାର ରୋକିବା, ବାସି ଖାଦ୍ୟ ରୋକିବା, ସହରର ଷ୍ଟାଣ୍ଡ ପୋଷ୍ଟରେ ଅନବରତ ପିଇବା ପାଇଁ ଯୋଗାଇବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ  ନିର୍ଦେଶ ଦେଇଥିଲେ । ସେହିପରି ପର୍ବସମୟରେ ରାସ୍ତା ଅତିକ୍ରମକରି ତୋରଣ କରାଯିବା, ବିଭିନ୍ନ ଆଲୋକମାଳା ସଜାଇବା, ବ୍ୟାନେର ଟଙ୍ଗାଯିବା ଉପରେ ପ୍ରଶାସନିକ କଟକଣା ଜାରି କରାଯାଇଛି । ଅସ୍ଥାୟୀ ପୋଖରୀ ନିର୍ମାଣ କରି ମୂର୍ତି ଗୁଡ଼ିକୁ ବିସର୍ଜନ ପାଇଁ  ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍ ଓ ମାନ୍ୟବର ସୁପ୍ରିମକୋର୍ଟ ଗାଇଡ଼ ଲାଇନ୍କୁ ଅନୁସରଣ କରିବା ପାଇଁ କାର୍ଯ୍ୟନିର୍ବହୀ ଅଧିକାରୀ ପୌରପରିଷଦ ଓ ପୂଜାକମିଟିର କର୍ମକର୍ତାଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ପୋଲିସ୍ ବିଭାଗ ପକ୍ଷରୁ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ ଓ ସୁପରିଚାଳନା ନିମନ୍ତେ ଆରକ୍ଷୀ ଅଧିକ୍ଷକ ଅନୁପ୍ କୁମାର ସାହୁ ପୋଲିସ୍ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ପୂଜା ସମୟରେ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଲିସ୍ କ୍ୟାମ୍ପ ସହ ସାଧା ପୋଷାକଧାରୀ ପୋଲିସ ବ୍ୟବସ୍ଥା କରାଯିବା । ପୂଜା ସମୟରେ ଅସାମାଜିକ ତଥା ଦୃଷ୍ଟ ପ୍ରକୃତିର ଲୋକଙ୍କ ଉପରେ ତୀକ୍ଷ୍ମଣ ନଜର ରଖାଯିବା ସହ ପୋଲିସ୍ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ସାହୁ ସୂଚନା ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault