ହେଡଲାଇନସ୍:

‘ଆଜିକାଲି’ର ସମ୍ପାଦକ ବିସ୍ମୟ ମହାନ୍ତି ଆଉ ନାହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ବରିଷ୍ଠ  ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର ‘ଆଜିକାଲି’ର ସମ୍ପାଦକ ବିସ୍ମୟ ମହାନ୍ତି  ରବିବାର ପ୍ରାତଃ ୯ଟା ସମୟରେ ଇହଧାମ ତ୍ୟାଗ କରିଛନ୍ତି ।  ସ୍ୱର୍ଗତ ମହାନ୍ତିଙ୍କ ପତ୍ନୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସହିତ ଜଗନ୍ନାଥ ଦର୍ଶନରେ ପୁରୀ ଯାଇଥିଲେ । ହଠାତ୍ ହୃଦଘାତରେ ପୀଡିତ ହୋଇ ପୁରୀ ସଦର ଚିକିସôାଳୟରେ  ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୬୨ବର୍ଷ ବୟସ ହୋଇଥଲା  । ତାଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ଅଛନ୍ତି  । ତାଙ୍କ ମୃତୁ୍ୟ ଖବରରେ ଭୁବନେଶ୍ୱର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି  ।  ବାଲେଶ୍ୱର ଅଭିମୁଖେ ଯାଉଥିବା ସ୍ୱର୍ଗତ ମହାନ୍ତିଙ୍କ ମରଶରୀରରେ ଶେଷ ଦର୍ଶନ କରିବାକୁ  ଦୁଇ ନମ୍ବର ସ୍ଥିତ ତାଙ୍କ ବନ୍ଧୁ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ରଙ୍କ ସରକାରୀ ବାସ ଭବନରେ ବିଭିନ୍ନ ସାମ୍ବାଦିକ ସଂଘର ୧୦୦ରୁ ଉର୍ଧ୍ୱ ଗଣମାଧ୍ୟମ ପ୍ରତିନିଧି  ରୁଣ୍ଡ ହୋଇଥିଲେ  । ଭୁବନେଶ୍ୱରଠାରେ ଅପେକ୍ଷା କରିଥିବା ସାମ୍ବାଦିକ ମାନଙ୍କ ପାଇଁ ଦିବା ୧.୩୦ ଘଟିକା ସମୟରେ ସାମ୍ବାଦିକମାନେ ସ୍ୱର୍ଗତ ମହାନ୍ତିଙ୍କ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।  ଓଡିଶା ପ୍ରେସ କ୍ଲବ, ସମ୍ମିଳିତ କର୍ମଜୀବି ସାମ୍ବାଦିକ ମହାସଂଘ, ଓଡିଶା ପତ୍ରକାର ମହାସଂଘ, ଓଡିଶା ସାମ୍ବାଦିକ କଲ୍ୟାଣବୋର୍ଡ, ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ଏବଂ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡ଼ିଶା ଶାଖାର ବହୁ ପ୍ରତିନିଧି ଉପସ୍ଥିତ ହେଲେ । ସେମାନେ ହେଲେ  ଦୁଲାଲ ମିଶ୍ର, ଭାଗବତ ତ୍ରିପାଠୀ, ସନତ ମିଶ୍ର, ପ୍ରଦୁ୍ୟମ୍ନ କୁମାର ମହାନ୍ତି, ସଂଜୟ ଦାସ, ପ୍ରସନ୍ନ ମହାନ୍ତି, ବୈଷ୍ଣବ ଚରଣ ଜେନା, ସୁଧୀର ପଣ୍ଡା, ଅମିତ ମଲ୍ଲିକ, ରଜନୀକାନ୍ତ ସାମନ୍ତରାୟ, ଅର୍ଜ୍ଜୁନ ମୁଦୁଲି, ରମେଶ ଚନ୍ଦ୍ର ସ୍ୱାଇଁ, ଅଶୋକ ପାଲିତ, ସୁରେନ୍ଦ୍ର ସାହୁ, ନିତ୍ୟ ନିରଂଜନ ପଣ୍ଡା, ସରୋଜ ରଂଜନ ପଟ୍ଟନାୟକ, କେ.ଏମ୍. ମୂର୍ତ୍ତି, ସୁଭାଶିଷ ଦାଶ, ଗୁରୁକଲ୍ୟାଣ ମହାପାତ୍ର, ରାମାନାରାୟଣ ମହାପାତ୍ର, ଅଭିନାଶ ମିଶ୍ର, ଶୁଭାଶିଷ ମିଶ୍ର ଏବଂ ଆକାଶବାଣୀ କେନ୍ଦ୍ରର ଉପନିର୍ଦେଶକ  ସୁଧାଂଶୁ ଶେଖର ଧଡ଼ା, ସୂଚନା ଓ ଲୋକସମ୍ପର୍କ ବିଭାଗର କିଶୋର ସିହ୍ନା, ପି.ସି.ସି. ଉପସଭାପତି ଶିବାନନ୍ଦ ରାୟ ଏବଂ ଜଗତସିଂହପୁର ଜିଲ୍ଲା ପିସିସି ସଦସ୍ୟ ବିଷ୍ଣୁ ବାରିକଙ୍କ ସମେତ  ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।  ସୂଚନାଥାଉକି ସ୍ୱର୍ଗତ ମହାନ୍ତି ଜଣେ ଅମାୟିକ  ପରୋପକାରୀ ଲୋକ ଥିବାରୁ ସମସ୍ତଙ୍କ ଲୋକ ପ୍ରିୟ ଥିଲେ । ଅଖିଳ ଭାରତ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡିଶା ଶାଖାର ସଭାପତି ରହି ସମ୍ବାଦପତ୍ରର ବିକାଶ ପାଇଁ ସଂଗ୍ରାମ ଜାରି ରଖିଥିଲେ । ସେ ମଧ୍ୟ ରାଜ୍ୟ ସୂଚନା ଓ ଲୋକସଂପର୍କ ଅଧିସ୍ୱୀକୃତି କମିଟିର ସଦସ୍ୟ ଥିଲେ ଏବଂ ବାଲେଶ୍ୱରସ୍ଥିତ ଚାନ୍ଦିପୁର ବେଳଭୂମୀ ମହୋସଚିବ କମିଟିର ମହାସଚିବ ଥାଇ ବାଲେଶ୍ୱର ଜିଲ୍ଲା ବିଭିନ୍ନ ଉନ୍ନୟନ କାମରେ ସହଯୋଗ କରି ଆସୁଥିଲେ । ତାଙ୍କ ମର ଶରୀରକୁ ପୁରୀରୁ ଭୁବନେଶ୍ୱର, ବାଲେଶ୍ୱର, ଚାନ୍ଦିପୁର ଓ ଶେଷରେ ତାଙ୍କ ନିଜ ଗ୍ରାମ ଖଇରା ବ୍ଲକ ଅନ୍ତର୍ଗତ ସାରଡାଙ୍ଗ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା  । ତାଙ୍କର ପୁଅ ନିର୍ମାଲ୍ୟ ମହାନ୍ତି ମୁଖାଗ୍ନି ଦେଇଥିଲେ  ।

ସ୍ବର୍ଗତ ମହାନ୍ତିଙ୍କ ଶୋକରେ ଶାସକ ପ୍ରଶାସକ ର ସମ୍ପାଦିକା ମାନସୀ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ ଗଭୀର ଶୋକବ୍ୟକ୍ତ କରିଛନ୍ତି  ।  ଶ୍ରୀ ମହାନ୍ତିଙ୍କ ବିୟୋଗରେ ଗଣମାଧ୍ୟମ ଜଗତରେ ଏକ ଶୂନ୍ୟତା ସୃଷ୍ଟି ହେଲା ଓ କ୍ଷୁଦ୍ର ମାଧ୍ୟମ ସମ୍ବାଦପତ୍ର ସ୍ୱାର୍ଥ ପାଇଁ ଲଢେଇ କରୁଥିବା ଜଣେ ଜଣେ ଲଢୁଆ ସେନାପତି ତଥା ଜଣେ ଦକ୍ଷ ସଙ୍ଗଠକଙ୍କୁ ହରାଇଲା ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି  ।  ଶ୍ରୀ ମହାନ୍ତିଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଶ୍ରୀମତୀ ମିଶ୍ର ଓ ଶ୍ରୀ ଦାଶ ସମବେଦନା ଜ୍ଞାପନ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି  ।

0
0
0
s2sdefault