ହେଡଲାଇନସ୍:

୨୨ ନୂଆ ଓ ୬ ପୁରୁଣା ଏଏସ୍‌ପିଙ୍କ ବଦଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


 

ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ : ଡ଼ିଏସପି ପାହ୍ୟାରୁ  ଏଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ୨୨ ଜଣ ପୋଲିସ ଅଧିକାରୀଙ୍କୁ ନୂତନ ନିଯୁକ୍ତି ମିଳିଛି । ୬ଜଣ ଅତିରିକ୍ତ ଏସପିଙ୍କୁ ବଦଳି କରାଯାଇଛି । ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ଅଶୋକ କୁମାର ପଣ୍ଡିତଙ୍କୁ ଗୁଇନ୍ଦା ବିଭାଗ, ସନ୍ତୋଷ କୁମାର ମିଶ୍ରଙ୍କୁ ଅନୁଗୁଳ, ପ୍ରଶାନ୍ତ କୁମାର ଦ୍ୱିବେଦିଙ୍କୁ ଭିଜିଲାନ୍ସ, ସୁବ୍ରତ ମହାନ୍ତିଙ୍କୁ ଗୁଇନ୍ଦା ବିଭାଗ, ବିନୟ କୃଷ୍ଣ କାମିଲାଙ୍କୁ ଆଇୟୁସିଏଡବ୍ଲୁ ଢେଙ୍କାନାଳ, ଅଶ୍ୱିନୀ କୁମାର ପଟ୍ଟନାୟକଙ୍କୁ ଭିଜିଲାନ୍ସ, ଅରୁଣ କୁମାର ଜେନାଙ୍କୁ ଆଇୟୁସିଏଡବ୍ଲୁ କେନ୍ଦ୍ରାପଡା, ଦିଲ୍ଲୀପ କୁମାର ପୁରୋହିତଙ୍କୁ ଆଇୟୁସିଏଡବ୍ଲୁ ବଲାଙ୍ଗୀର, ଗୋପୀନାଥ ମଣିପାତ୍ରଙ୍କୁ ଆଇୟୁସିଏଡବ୍ଲୁ କଳାହାଣ୍ଡି, କୈଳାସ ଚନ୍ଦ୍ର ପରିଡାଙ୍କୁ ଭଦ୍ରକ, ସୀତରାମ ଶତପଥୀଙ୍କୁ କଟକ-ଭୁବନେଶ୍ୱର କମିସନରେଟ୍‌ ପୁଲିସ ଏଡିସିପି, ସୁବଳ ଚନ୍ଦ୍ର କରଙ୍କୁ ପୁଲିସ ମୁଖ୍ୟାଳୟ ଗ୍ରିଭାନ୍ସ ସେଲ୍‌ ଏସ୍‌ପି, ବିଶ୍ୱନାଥ ମିଶ୍ରଙ୍କୁ ଆଇୟୁସିଏଡବ୍ଲୁ ଜଗତସିଂହପୁର, ଓ୍ଵାଇ ଜଗନ୍ନାଥ ରାଓଙ୍କୁ ରାୟଗଡା, ରାଜକିଶୋର ପାଇକରାୟଙ୍କୁ କମିସନରେଟ୍‌ ପୁଲିସ ଏଡିସିପି, ବିଷ୍ଣୁ ଚରଣ ମିଶ୍ରଙ୍କୁ ପାରାଦୀପ, ଶାନ୍ତନୁ କୁମାର ଦାସଙ୍କୁ ଆଇୟୁସିଏଡବ୍ଲୁ ବ୍ରହ୍ମପୁର, ଉଦ୍ଧବ ଚରଣ ନାୟକଙ୍କୁ ଆଇୟୁସିଏଡବ୍ଲୁ କୋରାପୁଟ, ରବିନାରାୟଣ ବାରିକଙ୍କୁ ଆଇୟୁସିଏଡବ୍ଲୁ ସୁନ୍ଦରଗଡ, ରାଜେନ୍ଦ୍ର କୁମାର ରାଉତଙ୍କୁ ଗୁଇନ୍ଦା ବିଭାଗ, ପ୍ରମୋଦ କୁମାର ସାମନ୍ତରାୟଙ୍କୁ ଆଇୟୁସିଏଡବ୍ଲୁ ଖୋର୍ଦ୍ଧା, ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତିଙ୍କୁ ଆଇୟୁସିଏଡବ୍ଲୁ ପୁରୀ ବଦଳି କରାଯାଇଛି।

ସେହିପରି ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ଅତିରିକ୍ତ ଏସପି ବସନ୍ତ କୁମାର ପ୍ରଧାନଙ୍କୁ କୋରାପୁଟ୍ ଡିଆଇଜିଙ୍କ କାର୍ଯ୍ୟାଳୟରୁ  ଅନୁଗୋଳ ଆଇୟୁସିଏଡବ୍ଲୁ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଥିବା ବେଳେ ଭଦ୍ରକ ଅତିରିକ୍ତ ଏସପି ଥିବା ଅସିତ ମହାନ୍ତିଙ୍କୁ ଯାଜପୁର ଆଇୟୁସିଏଡବ୍ଲୁ ଅତିରିକ୍ତ ଏସପି ଭାବେ ଅବସ୍ଥାପିତ କରାଯାଇଛି  । ଗୁଇନ୍ଦା ଅତିରିକ୍ତ ଏସପି ଥିବା ନାରାୟଣ ମହାନ୍ତିଙ୍କୁ ରେଳବାଇ ପୋଲିସ ଆଇଜିଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଏସପି ଭାବେ, କନ୍ଧମାଳ ଅତିରିକ୍ତ ଏସପି ଥିବା ଅଶୋକ ପ୍ରଧାନଙ୍କୁ ରାୟଗଡା ଆଇୟୁସିଏଡବ୍ଲୁ ଅତିରିକ୍ତ ଏସପି, ରେଳବାଇରେ ଅତିରିକ୍ତ ଏସପି ଥିବା ଅନୀଲ କୁମାର ପାତ୍ରଙ୍କୁ ଅତିରିକ୍ତ ଏସପି ଭିଜିଲାନ୍ସ ସେହିପରି କମିଶନରେଟ ପୋଲିସରେ ଅତିରିକ୍ତ ଡିସିପି ଥିବା ବ୍ରହ୍ମାନନ୍ଦ ଦଣ୍ଡପାଟଙ୍କୁ ଅତିରିକ୍ତ ଏସପି ବିଜୁପଟ୍ଟନାୟକ ପୋଲିସ ଏମାଡେମୀକୁ ବଦଳି କରାଯାଇଛି  ।

0
0
0
s2sdefault