ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ହ୍ରାଇଦ୍ରାବାଦଠାରେ ଅବସ୍ଥାପିତ ଆମେରିକୀୟ ଦୂତାବାସର ଡେପୁଟି ଚିଫ ଆମେରିକାନ ସିଟିଜେନ ସର୍ଭିସେସ୍ ଜୋନାଥପ ପି ଆକଲେ ଓ ଶ୍ରୀଦେବୀ ପୋଲି ଭୁବନେଶ୍ୱର-କଟକ ଦ୍ୱୈତନଗରୀର ପୁଲିସ କମିଶନର ୱାଇ ବି ଖୁରାନିଆଙ୍କୁ କମିଶନରେଟ୍ କାର୍ଯ୍ୟାଳୟଠାରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ବୈଠକ ସମୟରେ ଜୋନାଥନ ସୂଚନା ଦେଇଥିଲେ ଯେ, ଆମେରିକା ନାଗରୀକଙ୍କ ସମ୍ପର୍କିତ କୌଣସି ସମସ୍ୟା ହେଲେ ବା ସୂଚନା ଜାଣିବାର ଆବଶ୍ୟକତା ଉପଲବ୍ଧି ହେଲେ ହ୍ରାଇଦ୍ରାବାଦସ୍ଥିତ ଦୂତାବାସର ସହାୟତା ନେଇପାରିବ କମିଶନରେଟ ପୋଲିସ । ସେହିପରି ଆମେରିକାର ନାଗରୀକମାନଙ୍କ ବାଦଦରେ କମିଶନରେଟ ପୋଲିସ ସବୁ ପ୍ରକାର ନ୍ୟାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ବି ଶ୍ରୀ ଖୁରାନିଆ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।