ହେଡଲାଇନସ୍:

ଇନ୍ଦିରା ଆବାସ ଯୋଜନା କାର୍ଯ୍ୟାନ୍ୱୟନ ଶିଥିଳ. ଜିଲ୍ଲାପାଳ ନିଆଁ  ବିଡିଓ ଏବଂ ୨୩ ଅଧିକାରୀ-କର୍ମଚାରୀଙ୍କ  ଦରମାବନ୍ଦ କଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦୁଝର ୦5 /10 - କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଇନ୍ଦିରା ଆବାସ ଯୋଜନାର ନୈରାଶ୍ୟଜନକ ଅଗ୍ରଗତି ତଥା ଶିଥିଳତା କାରଣରୁ  ବିଡିଓ ସୁକାନ୍ତ କୁମାର ପତିଙ୍କ ସମେତ ୨୩ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ଡଃ ଏନ୍.ତିରୁମାଲା ନାଏକ ନିର୍ଦେଶ ଦେଇଥିବା ଜଣାପଡ଼ିଛି । ବୁଧବାର ଦିନ ହରିଚନ୍ଦନପୁର ଗସ୍ତରେ ଆସିଥିବା ଜିଲ୍ଲାପାଳ ତିରୁମଲା ନାଏକ ବ୍ଲକ କ୍ଷେତ୍ର ପରିଦର୍ଶନ ସହ ଇନ୍ଦିରା ଆବାସ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମୀକ୍ଷା ସମୟରେ ହରିଚନ୍ଦନପୁର ବ୍ଲକରେ ଇନ୍ଦିରା ଆବାସ ଯୋଜନାର ଅଗ୍ରଗତି ମାତ୍ର ୬ ପ୍ରତିଶତରେ ସୀମିତ ରହିଥିବା ଜଣାପଡ଼ିଥିଲା । ଫଳରେ ବ୍ଲକର ଅଧିକାରୀମାନଙ୍କ  କାର୍ଯ୍ୟଶୈଳୀରେ ଜିଲ୍ଲାପାଳ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ବିଡିଓଙ୍କ ସମେତ ୨୩ଜଣ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦେଶ ଦେଇଛନ୍ତି । ଏବଂ ବ୍ଳକରେ ଯୋଜନା ଅଗ୍ରଗତି ଅତିକମ୍ ରେ ୨୦ ପ୍ରତିଶତରେ ପହଂଚିବା ପରେ ହିଁ ଦରମା ରିଲିଜ ସମ୍ପର୍କରେ ବିଚାର କରାଯିବ ବୋଲି ଜିଲ୍ଲାପାଳ ରୋକଠୋକ କହିଦେଇଛନ୍ତି  । ହରିଚନ୍ଦନପୁର ବ୍ଲକର କେବଳ ଜଙ୍ଗିରା ଓ ବକ୍ସିବାରିଗାଁ ଗ୍ରାମପଂଚାୟତ ଦ୍ୱୟବ୍ୟତୀତ ଅନ୍ୟ ୨୩ଟି ଗ୍ରାମପଂଚାୟତରେ ଇନ୍ଦିରା ଆବାସ ଯୋଜନାର ନୈରାଶ୍ୟଜନକ ଅଗ୍ରଗତି କାରଣରୁ ଏହି ଯୋଜନା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କର ଦରମା ବନ୍ଦ ନିର୍ଦେଶ  ଦିଆଯାଇଥିବା ଜଣାପଡ଼ିଛି । 

0
0
0
s2sdefault