ହେଡଲାଇନସ୍:

ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- କୋରୋନା କାଳରେ ପୀଡିତ ଙ୍କର ପାଇଁ ସବୁଠାରୁ ବଡ଼ ସମସ୍ୟା ଥିଲା ଅକ୍ସିଜେନ । ଶରିର ରେ ଅମ୍ଳଜାନ ର ପରିମାଣ କମିବା ଦ୍ୱାରା ତଥା ସଠିକ ସମୟରେ ଅମ୍ଳଜାନ ନ ମିଳିବାରୁ ଦେଶର ଅନେକ ସ୍ଥାନରେ ବହୁ ପୀଡିତ ପ୍ରାଣ ହରାଇ ସାରିଛନ୍ତି । ଅମ୍ଳଜାନ ର ଆବଶ୍ୟକତା କୁ ପୂରଣ କରିବା ପାଇଁ  ସରକାରୀ ତଥା ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାର ଙ୍କର ଦ୍ୱାରା ହେଉ କି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ହେଉ ଲୋକଙ୍କୁ ତୁରନ୍ତ ଅକ୍ସୀଜେନ ର ସୁବିଧା ଯୋଗେଇ ଦେବା ପାଇଁ ଇତି ମଧ୍ୟରେ ଅକ୍ସିଜେନ ବ୍ୟାଙ୍କ ମାନ ଆରମ୍ଭ କରା ଯାଉଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଜୁହାର ଫାଉଣ୍ଡେସନ ତରଫରୁ ପ୍ରଦାନ କରାଯାଇଥିବା ଦଶ ଗୋଟି ଅକ୍ସିଜେନ ସିଲିଣ୍ଡର କୁ ଲୋକଙ୍କ ସେବାରେ ସମର୍ପଣ କରାଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ର ଉଦ୍ୟମରେ  ଜୁହାର ଫାଉଣ୍ଡେସନ ତରଫରୁ ପାଇକମାଲ କୁ ପ୍ରଦାନ କରାଯାଇଥିବା ଏହି ସିଲିଣ୍ଡର ସବୁ ପାଇକମାଲ ମାରୱାଡି ଯୁବା ମଞ୍ଚ ପରିଚାଳନା କରିବ । ଆଜି ପାଇକମାଲ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଥିବା ଏକ ଭରଚୁଆଲ ମିଟିଂ ରେ ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଜୁହାର ଫାଉଣ୍ଡେସନ ର ଏହି ଉଦ୍ୟମକୁ ପ୍ରଶଂସା କରିବା ସହିତ ଫାଉଣ୍ଡେସନ ର ସମସ୍ତ ସଭ୍ୟ ମାନଂକୁ ସାଧୁବାଦ ଜଣାଇଥିଲେ । ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ଓ ଡାକ୍ତର ଶ୍ରୀଧର ସାହୁ ଫିତା କାଟି ଅକ୍ସିଜେନ ସେବାର ଶୁଭାରମ୍ଭ କରିଥିବା ବେଳେ , ଭରଚୁଆଲ ମିଟିଂ ରେ ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ଜୁହାର ଫାଉଣ୍ଡେସନ ର ଶ୍ରୀ ପ୍ରତ୍ୟୁଷ ପଣ୍ଡା , ଶ୍ରୀ ସତ୍ୟ ମେହେର , ଶ୍ରୀ ଦୀପକ ପୂଜହାରୀ ପାଇକମାଲ ତହସିଲଦାର ଶ୍ରୀ ମନୋଜ ମେହେର , ଏବିଡ଼ିଓ ଶ୍ରୀ ଭୀଷ୍ମ ଦେବ ମାଝୀ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିବା ବେଳେ  ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ଶ୍ରୀ ପ୍ରଶାନ୍ତ ନାୟକ , ଶ୍ରୀ ହୀରାଲଲ ମିଶ୍ର , ଯୁବା ମଞ୍ଚର ଶ୍ରୀ ସୁମିତ ଅଗ୍ରୱାଲ , ଶ୍ରୀ ରବି ଅଗ୍ରୱାଲ , ନିଲେଶ ଅଗ୍ରୱାଲ , ବିଟ୍ଟୁ ଅଗ୍ରୱାଲ ଶ୍ରୀ ରୋହିତ ଅଗ୍ରୱାଲ  ପ୍ରମୁଖ ସିଲିଣ୍ଡର ସେବା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

0
0
0
s2sdefault