ହେଡଲାଇନସ୍:

ଭଦ୍ରକରେ ବାତ୍ୟା ‘ୟଶ୍’ ର ସ୍ଥିତି ସମୀକ୍ଷା କଲେ ଧର୍ମେନ୍ଦ୍ର । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(ସତ୍ୟଭୂଷଣ ସ୍ବାମୀ); ଭଦ୍ରକ ଜିଲ୍ଲାରେ ବାତ୍ୟାର ସିଧା ପ୍ରଭାବ ପଡିଥିବା ବେଳେ ଏବେ ବନ୍ୟା ସ୍ଥିତି ଉତ୍କଟ ହୋଇଛି । ପୂର୍ବରୁ ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଭଦ୍ରକ ଜିଲ୍ଲା ସମେତ ଅନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିଲେ । 

 ପ୍ରଭାବିତ ଅଞ୍ଚଳ ମଧ୍ୟରେ ଦୋସିଙ୍ଗା ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ପ୍ରତ୍ୟକ୍ଷ ଭାବେ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ l ସେଠାରେ ଲୋକମାନଙ୍କ ସହ କଥା ହେବା ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବୁଝୁଥିଲେ । ଲୋକମାନେ ଏବେ ବି ଜଳବନ୍ଦୀ ହୋଇ ବହୁତ ଦୁଃଖ କଷ୍ଟରେ ରହିଛନ୍ତି । ପ୍ରଭାବିତ ଗ୍ରାମାଞ୍ଚଳରେ ଅଧିକ କଲଭର୍ଟ୍ ତିଆରି କରାଗଲେ ପାଣିର ଶୀଘ୍ର ନିଷ୍କାସନ ହୋଇପାରିବ ଏବଂ ସ୍ଥାୟୀ ଭାବରେ ଲୋକମାନେ ଆଉ ପାଣି ଘେରରେ ରହିବେନି । ଏହି ଅଞ୍ଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଗସ୍ତ ସମୟରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀର ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ,ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି,ଡାକ୍ତର ପ୍ରଦୀପ ନାୟକ,ବଦ୍ରୀ ନାରାୟଣ ଧଳ,ଅଭିମନ୍ୟୁ ସେଠି,ମହିଳା ନେତ୍ରୀ ମନସ୍ମିତା ଖୁଣ୍ଟିଆ, ହରପ୍ରିୟା ସାହୁଙ୍କ ସମେତ ଅନେକ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ।

0
0
0
s2sdefault