ହେଡଲାଇନସ୍:

ଘୁ.ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘୁ.ଉଦୟଗିରି କଂଗ୍ରେସ ଦ୍ୱାରା ରନ୍ଧା ଖାଦ୍ୟ ବଣ୍ଟନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘୁ.ଉଦୟଗିରି କଂଗ୍ରେସ ଦ୍ୱାରା ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି I ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଏନଏସି ସଭାପତି ଏନ.ରାଜାରାଓ, କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ଉପ-ସଭାପତି ଗଗନ କୁମାର ପ୍ରଧାନ, କଂଗ୍ରେସ କର୍ମୀ ଯାକେଶ ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ, ଏନଏସି ଉପ-ସଭାପତି ଆଞ୍ଜୁମ ଅହମ୍ମଦ, ନାରିନେତ୍ରୀ ମଧୁଲିନା ଦିଗାଲ, କଂଗ୍ରେସ କର୍ମୀ ଦେବାଶିଷ ଦିଗାଲଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ଥିଲେ I କଂଗ୍ରେସ କର୍ମୀମାନେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ନୂଆଁ ସାହି, ପଠାଣ ସାହି, କନ୍ଧସାହି, ବୁଲୁସୁଗା, ବଡ଼ ସାହି ସମେତ ରଟିଙ୍ଗିଆ ଅଞ୍ଚଳରେ ରନ୍ଧା ଖାଦ୍ୟ ପୁଡ଼ିଆ କରି ବଣ୍ଟନ କରିବା ସହ କରୋନା ସଚେତନର ବାର୍ତ୍ତା ମଧ୍ୟ ଦେଇ ଥିଲେ I ଏହା ସହ ମାସ୍କ ଏବଂ ଗ୍ଲୋବସ ମଧ୍ୟ ବଣ୍ଟନ କରାଯାଇ ଥିଲା I

0
0
0
s2sdefault