ହେଡଲାଇନସ୍:

ଆସିଲା ବମିଖାଲ ଫ୍ଲାଇଓଭର ଭୁଶୁଡା ତଦନ୍ତ ରିପୋର୍ଟ ଦୁର୍ଘଟଣାର କାରଣ ଯନ୍ତ୍ରୀ-ଠିକାଦାରଙ୍କ ଅବହେଳା ବ୍ଲାକଲିଷ୍ଟେଡ୍ ହେବ ପଣ୍ଡା ଇଁଫ୍ରା ପ୍ରୋଜେକଟସ : ପୂର୍ତ୍ତ ସଚିବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ଅବହେଳା ଏବଂ ଦାୟିତ୍ୱହୀନତା ଯୋଗୁ ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଭୁଷୁଡ଼ିବା ଭଳି ଅଘଟଣ ଘଟିଗଲା  । ଏ କଥା ଉଲ୍ଲେଖ ରହିଛି ଅଘଟଣର ତଦନ୍ତ ରିପୋର୍ଟରେ । ମୁଖ୍ୟମନ୍ତ୍ରୀଙ୍କୁ ଚିଫ ଇଂଜିନିୟର ରୋଡ୍ସ ଓ ଡିଜାଇନିଂଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୧୩୨ ପୃଷ୍ଠାର ତଦନ୍ତ ରିପୋଟରେ ଏହା କୁହାଯାଇଛି  । ତେଣୁ ଏହି ପରିପ୍ରେକ୍ଷୀରେ ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇଁଫ୍ରାପ୍ରୋଜେକ୍ଟ  ଇଣ୍ଡିଆ ଲିମିଟେଡକୁ କଳା ତାଲିକାଭୁକ୍ତ କରିବା ପାଇଁ ସରକାର ନିଷ୍ପତ୍ତି  ନେଇଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ବ୍ରିଜ୍ ର୍ନିମାଣ ହେବା ପୂର୍ବରୁ ଡିଜାଇନ ପୂର୍ତ୍ତ ବିଭାଗ ନିକଟରେ ଠିକା ସଂସ୍ଥା ଦାଖଲ କରିନଥିଲେ  । ଏପରିକି କାମ କଲାବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇନଥିଲା । ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା, ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ ଓ ଆସିଷ୍ଟା ଇଞ୍ଜିନିୟର କିଶୋର କୁମାର ରାଉତ ସେମାନଙ୍କ ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରି ନଥିବା ରିପୋର୍ଟରେ ଦର୍ଶାଯାଇଛି । ଏଥିପାଇଁ ସେମାନଙ୍କ ବିରୋଧରେ ·ଚାର୍ଜସିଟ କରାଯାଇଛି । ଓଡ଼ିଶା ପବ୍ଲିକ ସର୍ଭିସ ଆକ୍ଟର ରୁଲ ୧୫ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି  ନିଆଯାଇଛି ବୋଲି ପୂର୍ତ୍ତ  ସଚିବ ଇଂ ନଳିନୀକାନ୍ତ ପ୍ରଧାନ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ବ୍ରିଜ ନିର୍ମାଣ ଲାଗି ୪୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ଏଥିରୁ ୨୮ କୋଟି ଟଙ୍କାର କାମ ପଣ୍ଡା  ଇଁଫ୍ରାପ୍ରୋଜେକ୍ଟ  ଇଣ୍ଡିଆ ଲିମିଟେଡକୁ ଦିଆଯାଇଥିଲା ବାକି କାମ ରେଲେଓ ପକ୍ଷରୁ କରାଯାଇଥିଲା  । ତେବେ ଏପଯର୍ୟନ୍ତ ଓଭରବ୍ରିଜ୍ରେ ୭୫ଟି ସ୍ପାନରୁ ୬୦ଟିର କାମ ଶେଷ  ହୋଇଥିବା ବେଳେ  ତାହା କେବେ ସରିବ  ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି  । ଗତ ସେପ୍ଟେମ୍ବର ୧୦ ତାରିଖରେ ଓଭର ବ୍ରିଜ୍ର ଏକ ଛାତ ପଡୁଥିବା ବେଳେ ଭୁଶୁଡି ପଡିଥିଲା  । ଏଥିରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ । ତେବେ କାର୍ଯ୍ୟରତ ଶ୍ରମିକ ଅଳ୍ପକେ ରକ୍ଷା ପାଇଯାଇଥିଲେ  । ଏହି ଘଟଣା ପରେ ଓଭରବ୍ରିଜ କାମ ବନ୍ଦ ରହିଛି  । ହେଲେ କେବେ ସାରିବା, ଯଦି ଠିକାଦାର ବ୍ଲକ ଲିସ୍ଟେଡ଼ ହେଲା ତେବେ ସେ କାମ ପାଇଁ ପୁଣି ଟେଣ୍ଡର କେବେ ହେବ ଓ ପଣ୍ଡା ନେଇଥିବା କାମ ଗୁଡିକ କେବେ ସାରିବା ତାହା ପୂର୍ତ ବିଭାଗକୁ ଜଣା । 

 

0
0
0
s2sdefault