ହେଡଲାଇନସ୍:

କରୋନାରୁ ମୁକ୍ତ ହୋଇ ପ୍ଲାଜମା ଦାନ କଲେ ଯୁବକ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବବରଗଡ଼ :  କୋରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକଙ୍କୁ ବିଗତ ଦିନରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ଲାଜ୍ମା ଦାନ କରିବାକୁ ନିବେଦନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସଂକ୍ରମଣ ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ ପ୍ଲାଜ୍ମା ଦାନ କରିବାକୁ ଉତ୍ସାହିତ କରିବା ନିମନ୍ତେ ରାଜ୍ୟର ସମସ୍ତ ମନ୍ତ୍ରୀ ତଥା ଅନେକ ବିଧାୟକ ମାନଙ୍କୁ ସ୍ୱତନ୍ତ୍ର ଦାଇତ୍ୱ ମଧ୍ୟ ପ୍ରଦାନ କରିଛନ୍ତି । କେବଳ ମାନ୍ୟବର ମନ୍ତ୍ରୀ କିମ୍ବା ବିଧାୟକ ନୁହେଁ , ପ୍ଲାଜ୍ମା ଦାନ କରିବାକୁ ଲୋକଙ୍କୁ ଉତ୍ସାହିତ କରିବା ସମସ୍ତ ଙ୍କର କର୍ତ୍ତବ୍ୟ । ବରଗଡ଼ ଜିଲ୍ଲାର ନିଷ୍ଠା ପରିବାର ଆଗକୁ ଆସି କୋରୋନା ରୋଗୀଙ୍କର ଜୀବନ ରକ୍ଷା କରିବା ପାଇଁ ପ୍ଲାଜ୍ମା ଦାନ କରିବା ନିମନ୍ତେ ଲୋକଙ୍କୁ ଉତ୍ସାହିତ କରୁଛି । ଏହି କ୍ରମରେ ନିଷ୍ଠା ପରିବାର ର ଉଦ୍ୟମ ରେ କଟାପାଲି ର ଆତିଶ କୁମାର ଦାଶ ଆଜି ବୁର୍ଲା ଠାରେ ପ୍ଲାଜମା ଦାନ କରିଛନ୍ତି।ଜଣେ କରୋନା ରୋଗୀ ଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଏହି ପ୍ଲାଜମା ଦିଆଗଲା । ନିଷ୍ଠା ପରିବାର ତରଫରୁ ବି ପୋଜିଟିଭ ରକ୍ତ ବର୍ଗ ର ଏହି ପ୍ଲାଜମା ଦାନ କରିଥିବା ପାଇଁ ଆତିଶ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଦିିିଯାଇଛି। ନିଷ୍ଠା ପରିବାର ର ସଂପାଦକ ଅଶ୍ବିନୀ ତ୍ରିପାଠୀ,ସଦସ୍ୟ ମାନସ ମେହେର ଏବଂ ରୋହିତ ସାହୁ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ଉପସ୍ଥିତ ଥିଲେ । ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟ ଙ୍କ ସେବାରେ ଉତ୍ସାର୍ଗୀକୃତ ରହିଛି ନିଷ୍ଠା ପରିବାର।ତେଣୁ ନିଷ୍ଠା ପରିବାର ର ଏଭଳି କାର୍ଯ୍ୟ କୁ ଜନ ସାଧାରଣ ରେ ବେଶ ପ୍ରଶଂସା କରାଯାଇଛି।

0
0
0
s2sdefault