ହେଡଲାଇନସ୍:

ତଲାବିରା କୋଇଲା ଖଣି ରେ ୨ ଟି ସଂଗଠନର ଅନିର୍ଦ୍ଧିଷ୍ଟକାଳୀନ ଅନଶନ ଅନ୍ୟ ଏକ ସଂଗଠନର ଦାବୀ ପତ୍ର ପ୍ରଦାନ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରେଙ୍ଗାଲି,(ରମାକାନ୍ତ ବିଶ୍ବାଳ ):   ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ଗ୍ରାମ ପଞ୍ଚାୟତରେ ଥିବା ତଲାବିରା (୨) ଏବଂ (୩) କୋଇଲା ଖଣିରେ ସ୍ଥାୟୀ ନିଯୁକ୍ତି ଦାବିରେ କର୍ମଜୀବି ଏକତା ସଙ୍ଗଠନ ପକ୍ଷରୁ  ଚାଲିଥିବା ରିଲେ ଆମରଣ କୁ ୨୨ ଦିନ ହେଲାବେଳକୁ  ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସୁରକ୍ଷା ମଞ୍ଚ ଖିଣ୍ଡା ତରଫରୁ ଏନ.ଏଲ.ସି ଇଣ୍ଡିଆ ଲିମିଟେଡ଼, ବିରୁଦ୍ଧରେ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୬ ଦଫା ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି l 

 ଅନ୍ୟପକ୍ଷରେ  ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ପକ୍ଷରୁ ମଧ୍ୟ ସୋମବାର ଆଗାମୀ ୬ ତାରିଖ ସୁଦ୍ଧା କମ୍ପାନୀ ତାର ବିଗତ ଦିନର ପ୍ରତିଶୃତି ପାଳନ ନ କଲେ ୭ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିବ ବୋଲି ରେଙ୍ଗାଲି ତହସିଲଦାରଙ୍କ ଜରିଆରେ ଜ଼ିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି l ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ର ସଭାପତି କିରଣ ବେହେରା, କାର୍ଯ୍ୟକାରୀ ସଭାପତି ବବଲୁ ରାଉତ, ସମ୍ପାଦକ ହିମାଂଶୁ ମଲ୍ଲିକ, ଦୁର୍ଗା ଭୋଇ ପ୍ରମୁଖ ରେଙ୍ଗାଲି ତହସିଲଦାର ସୁନୀଲ କୁମାର ମେହେର ଙ୍କୁ ଏହି ଦାବୀ ପତ୍ର ପ୍ରଦାନ କରିଛନ୍ତି l 

     ନବରତ୍ନ କମ୍ପାନୀ ଏନ.ଏଲ.ସି  ଗତ ତା, ୫. ୧୨.୨୦୧୯  ଦିନ ସମ୍ବଲପୁର ସ୍ଥିତ ତପସ୍ୱିନୀ ହଲ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ କମ୍ପାନୀ ପ୍ରତିଶୃତି ଦେଇଥିଲା l ମାତ୍ର,  ପ୍ରତିଶୃତି କୁ  ଭୁଲି  କମ୍ପାନୀ ଖନନ କାମ ଆରମ୍ଭ କରିଦେଇଛି l ଫଳରେ ଅଂଚଳରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ରିଲେ ଅନଶନ ସାଙ୍ଗକୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି l 

      ଦାବୀ ଗୁଡିକ ହେଲା ସ୍ଥାନୀୟ ବେକାର ଯୁବକ ଯୁବତୀ ଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଦୀର୍ଘ ୫0ବର୍ଷରୁ ଉର୍ଦ୍ଧ ସରକାରୀ ଜମିରେ ବସବାସ କରି ରହି ଆସୁଥିବା ଲୋକମାନଙ୍କୁ ପିଡିଏଫ  ର ମାନ୍ୟତା ଦେବା, ଉଚ୍ଚକ୍ଷମତା ବ୍ଲାଷ୍ଟିଙ୍ଗ ଦ୍ୱାରା ଦୋହଲି ଭାଙ୍ଗିପଡୁଥିବା ଘର କାନ୍ଥ କ୍ଷତିଗ୍ରସ୍ତ  ବାସିନ୍ଦା ଓ ବସତି କୁ ସ୍ଥାନାନ୍ତରିତ କରିବା, ତଲାବିରା ୨ ଓ ୩ କୋଇଲା ପ୍ରକଳ୍ପରେ ଜମିର ମୂଲ୍ୟ ସଠିକ ନିୟମରେ ନିର୍ଧାରଣ କରିବା,

ଗ୍ରାମରେ ଥିବା ଭୂମିହୀନ ପ୍ରଜାମାନେ ତଲାବିରା ମୌଜା ରେ ଥିବା ଜଙ୍ଗଲ କୁ ନେଇ ଜୀବନ ଜୀବିକା ନିର୍ବାହ କରୁଥିଲେ ବର୍ତମାନ କମ୍ପାନୀ ରେ ଜଙ୍ଗଲ ଚାଲିଯାଇଥିବାରୁ ତାଙ୍କର ଜୀବନ ଜୀବିକା ଉପରେ  ଆଘାତ ଲାଗିଛି ଏଣୁ ଭୂମିହୀନ ସ୍ଥାନୀୟ ବେକାର ମାନଙ୍କୁ ମଧ୍ୟନିଯୁକ୍ତି ର ସୁଯୋଗ ଦେବା ଆଦି ରହିଛି l ତେବେ  ସ୍ଥାନୀୟ ଲୋକଙ୍କୁ  ଯୋଗ୍ୟତା ଥାଇ ମଧ୍ୟ କମ୍ପାନୀ ନିଯୁକ୍ତି ଦେବାପାଇଁ ମନା କରି ଦଉଛି, ଅଥଚ  ବାହାର ଲୋକଙ୍କୁ ଆଣି ଶହ ଶହ ସଂଖ୍ୟା ରେ ନିଯୁକ୍ତି ଦିଆଯାଉ ଅଛି ଓ ମନମୁଖୀ କାର୍ଯ୍ୟ ସହିତ ପୂର୍ବରୁ ଦେଇଥିବା ପ୍ରତିଶୃତି ରୁ ଓହରି ଯାଉଛି ବୋଲି ଆନ୍ଦୋଳନ କାରୀ ପ୍ରକାଶ କରିଛନ୍ତି l 

      ଅନ୍ୟପକ୍ଷରେ ଚାଲି ଥିବା ଏହି ଆନ୍ଦୋଳନ କୁ   ବିଜେଡି ପକ୍ଷରୁ ସମର୍ଥନ କରାଯିବା ସହିତ ବିଜେଡି ପକ୍ଷରୁ ରେଙ୍ଗାଲି ବ୍ଲକ ସଭାପତି ଅଶୋକ ଗୁରୁ, କିରଣ ବେହେରା, ମୋତିଲାଲ ତନ୍ତୀ, ଦେବେନ କିଶୋର ପତି,  ହାଡୁ ସାହୁ, ଶଶୀ ମେହେର,  ପୂର୍ବତନ ବିଧାୟକ ରମେଶ ପଟୁଆ, ମହେନ୍ଦ୍ର ଓରାମ, କମଲିନୀ ରାଏ, ସାଇବନି ସେଠ, ସତ୍ୟନାରାୟଣ ଅଗ୍ରୱାଲ, ନାରାୟଣ ଶର୍ମା ଉପସ୍ଥିତ ରହି ଆନ୍ଦୋଳନ କୁ ସମର୍ଥନ କରିଛନ୍ତି l

       କର୍ମଜୀବି ଏକତା ସଙ୍ଗଠନ ପକ୍ଷରୁ ସଙ୍ଗଠନର ସଂସ୍ଥାପକ ହେମନ୍ତ କୁମାର ପାଣ୍ଡେ, ସମ୍ପାଦକ ଉମାକାନ୍ତ ନାଥ, ବିଜୟ କୁମାର ଭୋଇ, ରାଜେଶ କୁମାର ତିଓାରୀ, ଧିରେନ୍‍ ପ୍ରଧାନ, ଅଜୟ ନାଥ, ଜିତୁ ନାଥ, ଅଜୟ ବୁଧିଆ ପ୍ରମୁଖଙ୍କ ନେତୃତ୍ୱରେ ଚାଲି ରିଲେ ଅନଶନ ଆଜି ୨୩  ଦିନ ମଧ୍ୟ ଜାରି ରହି ଥିବା ବେଳେ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସୁରକ୍ଷା ମଞ୍ଚ ଖିଣ୍ଡା ତରଫରୁ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଂଚିଛି।

         

0
0
0
s2sdefault