ହେଡଲାଇନସ୍:

ୟୁରିଆ ସାର କଲାବଜାରୀ, ଖଣ୍ଡନ କଲେ କୃଷି ଅଧିକାରୀ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଟିଟିଲାଗଡ(ଗୌରବ ଦରଜୀ): ସମୟ ଥିଲା ଚାଷୀ ମାନେ କ୍ଷେତରେ ଧାନ ବୁଣିବା ଆଗରୁ ଗୋବର ପକାଉ ଥିଲେ।ପରେ ଧାନ ବୁଣୁ ଥିଲେ।ଭଲ ବର୍ଷା ହେଲେ ଚାଷୀ ମାନେ ଦୁଇଗୁଣା ଫସଲ ଅମଳ ପାଉଥିଲେ।କିନ୍ତୁ ବୈଜ୍ଞାନିକ ଯୁଗରେ ଚାଷୀ ମାନେ ସାର ବ୍ୟବହାର କରିବାର ବାଧ୍ୟତାମୂଳକ ନେଇଛନ୍ତି।ତେବେ ବଲାଙ୍ଗିର ଜିଲ୍ଲା ର ସଇଁନ୍ତଳା ବ୍ଳକ ଓ ଟିଟିଲାଗଡ ର ଅନେକ ସ୍ଥାନରେ ସାର କଲାବଜାର ହେଉଥିବା ଅଭିଯୋଗ ହୋଇଛି।ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୟୁରିଆ ସାର ମିଳୁ ନ ଥିବା ବେଳେ କେତେକ ସାଧୁ ଡିଲର ମାନେ ୫୫୦ ରୁ ୬୦୦ଟଙ୍କା ମଧ୍ୟ ରେ ଗୋଟିଏ ବସ୍ତା ପିଛା ବିକ୍ରି କରୁଥିବା ଅଭିଯୋଗ ହୋଇଛି। କିନ୍ତୁ ଟିଟିଲାଗଡ ରେ ଏହା ୩୦୦ ଟଙ୍କା ରେ ବିକ୍ରି ହେଉଛି।  ତେବେ ଅନେକ ଚାଷୀ ମାନଙ୍କୁ ୟୁରିଆ ସାର ମିଳୁନ ଥିବା ବେଳେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀ ନ ହେଉଛନ୍ତି। ଟିଟିଲାଗଡ ର ଗୋଟିଏ ମାତ୍ର ସାର ଡିଲର ପାଖ ରେ ସାର ମିଳୁଥିବା ରୁ ଟିଟିଲାଗଡ ଅଞ୍ଚଳ ର ଓ ପାଖ ଗାଁ ମାନଙ୍କ ରୁ ଆସୁଥିବା ଚାଷୀ ଘଣ୍ଟା ଘଣ୍ଟା ଖରା ରେ ଛିଡା ହୋଇ ସାର ନେଉଥିବା ଅଭିଯୋଗ ହେଉଛି।   ଟିଟିଲାଗଡ କୃଷି ଅଧିକାରୀ ଶ୍ରୀ ବାଳକୃଷ୍ଣ ଗୌଡ଼  କହିଛନ୍ତି , ୟୁରିଆ ସାର ଅଭାବ ଯୋଗୁଁ ଆସିପରୁ ନାହିଁ। ଯାହା ଆସୁଛି ତାହା ସମସ୍ତ ଅଞ୍ଚଳ କୁ ଭାଗ ବଣ୍ଟା କରି ଦିଆଯାଉଛି। ଓ ସାର କଳାବଜାରୀ ହେବା ତାଙ୍କ ପାଖକୁ କୌଣସି ଅଭିଯୋଗ ଆସି ନଥିବା କହିଛନ୍ତି।

0
0
0
s2sdefault