ପଦ୍ମପୁର,: ପାଇକମାଲ ବ୍ଳକ ମିଠାପାଲି ଗ୍ରାମ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ ଏକ ସଭା ଗୁରୁଣ୍ତା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କାହ୍ନୁ ବାଗ ସଭାପତିତ୍ବ କରିଥିବା ବେଳେ ସଭାରେ ପାଞ୍ଚୟତ ସ୍ତରୀୟ ନୁତନ କର୍ମକର୍ତ୍ତା ମନୋନୀତ ଓ ବାର୍ଷିକ ଆୟ ବ୍ଯୟ ଉପସ୍ଥାପନ କରିଥିଲେ । ମିଠାପାଲି ପଞ୍ଚାୟତ ସ୍ତରୀୟ ଯାଦବ ସମାଜର ନୁତନ କର୍ମକର୍ତ୍ତା ଭାବେ ଟିକେଲାଲ ମାହାର, ଉପ ସଭାପତି ରଘୁମଣି ବାଗ,ସଂପାଦକ ଡୋଲାମଣି ଦିପ, କୋଷାଧ୍ୟକ୍ଷ ମଧୁସୂଦନ ପାଣ୍ଡେ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଏହି ସଭାରେ ମିଠାପାଲି, ଗୁରୁଣ୍ତା, ମନଭଙ୍ଗ, ପିପଲଖୁଣ୍ତା, ଲଉଡମାଲ୍ ଆଦି ଗ୍ରାମରୁ ଯାଦବ ସମାଜ ର ବରିଷ୍ଠ ବ୍ଯକ୍ତି ମାନେ ଯୋଗ ଦେଇଥିଲେ। ସଭା ଶେଷରେ ନୁତନ ସଂପାଦକ ଡୋଲାମଣି ଦିପ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.