ସେମାନେ ମାଗୁଛନ୍ତି କେମିତି, ତମେ ଦେଉଛ କାହିଁକି ????? Recent News By SPNEWS On Mar 18, 2018 0 Share ଡାକ୍ତରଙ୍କୁ ଚୁନ ଲଗାଇ ନକଲି ସାମ୍ବାଦିକ ଗିରଫ ଏବେ ବି ୪ ଫେରାର ବାଲେଶ୍ୱର,ujjwal kar : ସାମ୍ବାଦିକର ପରିଚୟରେ ଡାକ୍ତରଙ୍କୁ ଧମକଚମକ ଦେଇ ଅର୍ଥ ଲୁଟିଥିବା ଠକ ଶରତ କୁମାର ପାଢ଼ୀଙ୍କୁ ସହଦେବଖୁଣ୍ଟା ପୁଲିସ ଗିରଫ ସହ ଆଜି କୋର୍ଟ ଚାଲାଣ କରିଛି । ଗିରଫ ଶ୍ରୀ ପାଢ଼ୀ ଚାନ୍ଦିପୁର ଥାନା ଅନ୍ତର୍ଗତ ବଡ଼କିଆ ଅଞ୍ଚଳର ଜଳଧର ପାଢ଼ୀଙ୍କୁ ପୁଅ ଅଟନ୍ତି । ଗତ ୧୦ ତାରିଖରେ ସେ ଓ ତାଙ୍କର କେତେକ ସହଯୋଗୀ ସହରର ବାଲିଆ ଅଞ୍ଚଳରେ ରହୁଥିବା ଡାକ୍ତର ଆଶିଷ ବିଶ୍ୱାଳଙ୍କ ଘରକୁ ଜୋର ଜବରଦସ୍ତ ପଶି ତାଙ୍କୁ ସାମ୍ବାଦିକର ପରିଚୟ ଦେଇଥିଲେ । ଜଣେ ଆୟୂଷ ଡାକ୍ତର ହୋଇ କାହିଁକି ଏଲୋପାଥି ପ୍ରେକସକ୍ରିପ୍ସନ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଏନେଇ ସେମାନେ ପୁଲିସର ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ । ଏ ବାବଦରେ ତାଙ୍କଠାରୁ ମୋଟା ଅଙ୍କର ଅର୍ଥ ଦାବି କରିଥିଲେ । ଡାକ୍ତରଙ୍କ ନିକଟରେ ଅଧିକ ଅର୍ଥ ନଥିବାରୁ ସେ ଏହି ନକଲି ସାମ୍ବାଦିକଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ । ମାତ୍ର ଏଥିରେ ରାଜି ନହୋଇ ସେମାନେ ଡାକ୍ତର ଶ୍ରୀ ବିଶ୍ୱାଳଙ୍କୁ ଗାଡ଼ିରେ ବସାଇ ରେମୁଣା ଗୋଲେଇକୁ ନେଇ ଏଟିଏମରୁ ଆଉ ୨୦ ହଜାର ଟଙ୍କା ଉଠାଇ ନେଇଥିଲେ । ୩୦ ହଜାର ନେବା ପରେ ବି ସେମାନେ ତାଙ୍କଠାରୁ ୨ଲକ୍ଷ ୨୦ ହଜାର ଟଙ୍କାର ଚେକ୍ ନେଇ ଯାଇଥିଲେ ବୋଲି ଡାକ୍ତର ଶ୍ରୀ ବିଶ୍ୱାଳଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ନାୟକ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ୮୬/୧୮ ନଂର ମାମଲା ରୁଜୁ ସହ ତଦନ୍ତ ଜାରି ରଖିଥିଲା । ଶ୍ରୀ ପାଢ଼ୀଙ୍କୁ ଗିରଫ ସହ ପଚରାଉଚୁରା ପରେ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଜାରି ରହିଛି । ଗିରଫ ଅଭିଯୁକ୍ତଙ୍କୁୁ ଆଜି କୋର୍ଟ ଚାଲାଣ କରିଛି । ହେଲେ ପ୍ରଶ୍ନ ଉଠୁଛି, ସେମାନେ ମାଗୁଛନ୍ତି କେମିତି, ଏମାନେ ଦେଉଛନ୍ତି କାହିଁକି ? 0 Share FacebookTwitterGoogle+ReddItWhatsAppPinterestEmail