ଓଡିଶାରେ ରାଷ୍ଟ୍ରନାୟକ : ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ , ରାଜ୍ୟପାଳ, ଧର୍ମେନ୍ଦ୍ର
ଭୁବନେଶ୍ୱର – ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସପରିବାର୨ ଦିନିଆ ଓଡିଶା ଗସ୍ତରେ ଆସି ଶନିବାର ପୂର୍ବାହ୍ନରେ ଭୁବନେଶ୍ୱରରେ ପହଂଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟପାଳ ଡ. ଏସ ସି ଜମୀର , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ମେୟର ଅନନ୍ତ ନାରାୟଣ ଜେନା ,ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ , ପୋଲିସ୍ ଡିଜି ଆର.ପି ଶର୍ମା ଓ ପୋଲିସ୍ କମିଶନର ୱାଇ.ବି ଖୁରାନିଆ ପ୍ରମୁଖ ସ୍ୱାଗତ ଜଣାଇଥିଲେ । ରାଷ୍ଟ୍ରପତି ସମସ୍ତଙ୍କ ସହିତ କର ମର୍ଦ୍ଧନ କରିଥଲେ । ଏହାପରେ ବିମାନବନ୍ଦର ପରିସରରେ ରାଜ୍ୟ ପୋଲିସ୍ ପୋଲିସ୍ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ରାଷ୍ଟ୍ରପତି ହେବା ପରେ କୋବିନ୍ଦ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ।
ବିମାନବନ୍ଦରରୁ ବାହାରି କଡା ସୁରକ୍ଷା ବଳୟ ମଧ୍ୟରେ କଟକ ଯାଇ ଓଡ଼ିଅ । ବଜାରସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ଦେଖିବା ସହିତ ସେଠାରେଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ତୁଳସୀପୁରସ୍ଥିତ “ଅ ।ନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର’କୁ ଜାତି ଉଦେ୍ଧଶ୍ୟରେ ଉତ୍ସର୍ଗୀକୃତ କରିଥିଲେ ।ଏହାପରେ କଟକ ଇନଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ସଭାରେ ରାଷ୍ଟ୍ରପତି ଅଭିଭାଷଣ ଦେଇଥିଲେ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସମେତ କଟକ ଓ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ମହାନିର୍ଦେଶକଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଏଥିପାଇଁ ଅ ।ଜି ସକାଳ ୧୦ଟାରୁ କଟକ-ଭୁବନେଶ୍ୱର ମଧ୍ୟରେ ବସ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା ।
ଓଡିଆରେ ଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି…
ବିଂଶ ଶତାବ୍ଦିର ପ୍ରଥମାର୍ଦ୍ଧରେ ଓଡିଶାର ସାମାଜିକ ଓ ସାଂସ୍କୃତିକ ଜାଗରଣର କେନ୍ଦ୍ର ହୋଇଥିବା କଟକ ସ୍ଥିତ ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ଏକ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ରୂପରେ ପରିଣତ କରାଯାଇ ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଉତ୍ସର୍ଗ କରାଯାଇଛି । ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ କଟକ ଇନଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ସଭାରେ ଶ୍ରୀ କୋବିନ୍ଦ ଓଡିଆରେ ଭାଷଣ ଆରମ୍ଭ କରି କହିଥିଲେ ଯେ ମୁଁ ଓଡିଶାର ପବିତ୍ର ମାଟି , ଜନତାଙ୍କୁ ପ୍ରଣାମ କରୁଛି । ରାଷ୍ଟ୍ରପତିଙ୍କ ଓଡିଆ ଭାଷଣ ଓ ମଧୁସୂଦନ ଦାସ, ସୁବାଷ ଚନ୍ଦ୍ର ବୋଷ ଓ ବିଜୁ ବାବୁଙ୍କ ଗୁଣଗାନ ଶୁଣିବା ପରେ ଷ୍ଟାଡିୟମ୍ ସେଠାରେ ଉପସ୍ଥିତ ଜନସାଧାରଙ୍କ କରତାଳିରେ ପ୍ରକମ୍ପିତ ହୋଇଥିଲା ।
ରାଷ୍ଟ୍ରପତି କହିଥିଲେ ଯେ ମଧୁସୂଦନ ଦାସ, ସୁବାଷ ଚନ୍ଦ୍ର ବୋଷ ଓ ବିଜୁ ବାବୁ କଟକରେ ଜନ୍ମଲାଭ କରିଥିବାରୁ ଏ ମାଟି ମହାନ୍ । ଅନ୍ୟପକ୍ଷରେ ଆସନ୍ତା ଏପ୍ରିଲ ୧ ତାରିଖରେ ଉକ୍ରଳ ଦିବସ ଥିବାରୁ ଏଥିପାଇଁ ରାଷ୍ଟ୍ରପତି ରାଜ୍ୟବାସୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଥିଲେ ।
ବିଜୁ ବାବୁ ସବୁ ପ୍ରକଳ୍ପ କଳିଙ୍ଗ ନାମରେ ନାମିତ କରୁଥିଲେ : ରାଷ୍ଟ୍ରପତି କୋବିନ୍ଦ
ବିଜୁ ବାବୁ କେବଳ ଓଡିଶାର ନୁହେଁ ସାରା ଦେଶର ଜଣେ ପ୍ରମୁଖ ନେତା ଥିଲେ । ଯାହା କିଛି କରିଛନ୍ତି ନିଜ ପାଇଁ ନୁହେଁ ଓଡିଶା ଲୋକଙ୍କ ପାଇଁ କରିଛନ୍ତି । କେବଳ ସେତିକି ନୁହେଁ ଓଡିଶାବାସୀ ଙ୍କୁ ବିଜୁ ବାବୁ ଭଲ ପାଉଥିଲେ ଯେ ପ୍ରତ୍ୟେକ ପ୍ରକଳ୍ପ ଓଯୋଜନାର ନାମ କଳିଙ୍ଗ ରଖୁଥିଲେ ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ପ୍ରକାଶ କରିଛନ୍ତି ।
ଶନିବାର ପୂର୍ବାହ୍ନରେ ରାଷ୍ଟ୍ରପତି ଓଡିଶା ସରକାରଙ୍କ ଦ୍ୱାରା ନିର୍ମିତ ଆନନ୍ଦ ଭବନ ଠାରେ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର କୁ ଉଦଘାଟନ କରି କହିଛନ୍ତି ଯେ ସଂଗ୍ରହାଳୟ ଦ୍ୱାରା ବିଜୁ ବାବୁଙ୍କ ଜୀବନ ଦର୍ଶନ , ରାଜନୈତିକ ଜୀବନ ଓ ସ୍ୱାଧୀନତା ସଂଗ୍ରାମୀ ଜୀବନ ସମ୍ପର୍କରେ ଜାଣିବା ପାଇଁ ସୁଯୋଗ ପାଇବେ । ସ୍ୱାଧୀନତା ସଂଗ୍ରାମ ସମୟରେ ଭାରତର ୨ ଟି ସ୍ଥାନରେ ଆନନ୍ଦ ଭବନ ତିଆରି ହୋଇଥିଲା । ମୋତିଲାଲ୍ ନେହେରୁ ଆହ୍ଲାବାଦ୍ ରେ ଏବଂ କଟକରେ ବିଜୁ ବାବୁଙ୍କ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆନନ୍ଦ ଭବନ ନିର୍ମାଣ କରିଥିଲେ । ଏହି ଭବନ ସାଧାରଣ ଭବନ ନୁହେଁ । ସ୍ୱାଧୀନତା ସଂଗ୍ରାମ ପାଇଁ ଏହି ଭବନରେ ରଣକୌଶଳ ରଚନା କରାଯାଉଥିଲା । ସ୍ୱାଧୀନତା ସଂଗ୍ରାମ ସମୟରେ ବିଜୁ ବାବୁ ତାଙ୍କର ବିରତ୍ୱ ଓ ସାହସ ପ୍ରତିପାଦନ କରିଛନ୍ତି । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ପ୍ରମୂଖ ଭୂମିକା ରହିଥିଲା । ସେତେବେଳେ ବିଜୁ ବାବୁ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ରକ୍ଷା କରି ସାହାସିକତାର ପରିଚୟ ଦେଇଥିଲେ । ସ୍ୱାଧୀନତା ପୂର୍ବରୁ ତାଙ୍କର ଯେଉଁ ଭୂମିକା ଥିଲା ଏହା ପରବର୍ତୀ ସମୟରେ ରାଜନୀତିରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଦଳ ମତ ନିର୍ବିଶେଷରେ ସେ ସମସ୍ତଙ୍କୁ ଭଲ ପାଉଥିଲେ । ସେ ଜଣେ ହିରୋ ।
ସେ ଆହୁରି କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇଙ୍କ ସମୟରେ ବିଜୁ ବାବୁ ଇସ୍ପାତ ମନ୍ତ୍ରୀ ଥିଲେ । ତାଙ୍କୁ ଲୋକେ ଇସ୍ପାତ ମନ୍ତ୍ରୀ ନକହି ଇସ୍ପାତ ମାନବ ବୋଲି କହୁଥିଲେ । ଅନ୍ୟପକ୍ଷରେ ନାରୀ ମାନଙ୍କର ସ୍ୱାଧୀନତା ଉପରେ ସେ ସର୍ବଦା ଚେଷ୍ଟିତ ଥିଲେ । ମହିଳା ମାନଙ୍କୁ ରାଜନୈତିକ ଓ ଆର୍ଥିକ କ୍ଷମତା ଦେବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଆଧୁନିକ ଓଡିଶା ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ ।
ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡ. ଏସସି ଜମୀର କହିଥିଲେ ଯେ ବିଜୁ ବାବୁ ଭାରତବର୍ଷର ସୁଯୋଗ୍ୟ ସନ୍ତାନ, ଜଣେ ସୁପରିଚିତ ବ୍ୟକ୍ତି ଏବଂ ପ୍ରଚଣ୍ଡ ବ୍ୟକ୍ତିତ୍ୱର ଅଧିକାରୀ । ସେ ଅପୂର୍ବ ସାହସୀ ଓ ବିଚକ୍ଷଣ ଥିଲେ । ଇଣ୍ଡୋନେସିଆରେ ତାଙ୍କର ସାହସିକତା ସର୍ବଜନ ବିଦିତ । ତାଙ୍କର ଜୀବନ ଦର୍ଶନ ଆଗାମୀ ବଂଶଧର ମାନଙ୍କ ପାଇଁ ଲୋକାର୍ପିତ ଆନନ୍ଦ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ସହାୟକ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ବାବୁ ଓଡିଆ ଜାତିର ସ୍ୱାଭିମାନର ପ୍ରତୀକ । ସେ ଦେଶଭକ୍ତ , ମାନବବାଦ ଓ ରାଷ୍ଟ୍ରନୀତିଜ୍ଞ ମଧ୍ୟ । ଓଡିଶା ଓ ଓଡିଶାବାସୀଙ୍କ ବିକାଶ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା । ଉଦଘାଟିତ ହୋଇଥିବା ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଦ୍ୱାରା ବିଜୁ ବାଜୁଙ୍କ ଆଦର୍ଶ , ରାଜନୈତିକ ଓ ସାମାଜିକ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବା ପାଇଁ ସହାୟକ ହେବ । ବିଜୁ ବାବୁଙ୍କ ସ୍ୱପ୍ନକୁ ସଶକ୍ତ କରାଯାଇଛି ।
ବିଜୁଙ୍କ କାର୍ଯ୍ୟକ୍ରମରେ ମୋଦିଙ୍କ ଯୋଜନା, ଉଜ୍ଜ୍ୱାଳାକୁ କଲେ ପ୍ରଶଂସା
ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଦେଶବାସୀଙ୍କ ଉଦେ୍ଧଶ୍ୟରେ ଉର୍ତ୍ସୀକୃତ କରିବା ଅବସରରେ ଆୟୋଜିତ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ଯେ ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ମହିଳା ମାନଙ୍କୁ ଆଖି ରୋଗରୁ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ୍ ଦେବା ଦ୍ୱାରା ଲକ୍ଷ ଲକ୍ଷ ମହିଳା ଉପକୃତ ହେଉଛନ୍ତି । ରୋଷେଇ ବେଳେ ଚୁଲିରୁ ଧୂଆଁ ବାହାରି ମହିଳା ମାନଙ୍କ ଆଖି ନଷ୍ଟ ହେଉଥିଲା । ମହିଳା ମାନେ ଏଥିରୁ ମୁକ୍ତି ପାଇଛନ୍ତି । ଭାରତବର୍ଷରେ ବସବାସ କରୁଥିବା ଆଦିବାସୀ ମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଓଡିଶାରେ ରହୁଛନ୍ତି । ବର୍ତମାନ ଆଦିବାସୀ ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱରେ ଏହି ରାଜ୍ୟର ଜୁଏଲ ଓରାମ୍ ରହିଛନ୍ତି । ବେଟି ବଚାଓ , ବେଟି ପଢାଓ ଯୋଜନା ବିଷୟରେ ମଧ୍ୟ ରାଷ୍ଟ୍ରପତି ପ୍ରକାଶ କରିଥିେଲେ ।
ରାଷ୍ଟ୍ରପତିଙ୍କ ପ୍ରଥମ ଓଡିଶା ଗସ୍ତର ପ୍ରଥମ କାର୍ଯ୍ୟକ୍ରମରେ ନେତାଜୀ ଜନ୍ମସ୍ଥାନକୁ ଆସିଥିବାରୁ ଧନ୍ୟବାଦ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମହାମହିମ ରାଷ୍ଟ୍ରପତି ତାଙ୍କର ପ୍ରଥମ ଓଡିଶା ଗସ୍ତର ପ୍ରଥମ କାର୍ଯ୍ୟକ୍ରମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥାନ ଜାନକୀନାଥ ଭବନ ଯାଇ ନେତାଜୀଙ୍କୁ ଶ୍ରଦ୍ଧାସୁମନ ଦେଇଥିବାରୁ ରାଷ୍ଟ୍ରପତିଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ନେତାଜୀଙ୍କ ଜନ୍ମସ୍ଥାନକୁ ଆସିଥିବାର କୁହା ଯାଉଛି । ମହାମହିମ ରାଷ୍ଟ୍ରପତିଙ୍କର ଏହି କାର୍ଯ୍ୟକ୍ରମ ଦେଶର ବଳିଦାନୀ ଓ ନେତାଜୀଙ୍କ ଭଳି ବଳିଦାନର ପରମ୍ପରା ପ୍ରତି ଗଭୀର ସମ୍ମାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ନେତାଜୀଙ୍କ ଜନ୍ମସ୍ଥାନରେ ନେତାଜୀଙ୍କ ଦସ୍ତଖତ ସମ୍ବଳିତ କାଗଜ ଓ ଜନ୍ମସ୍ଥାନ ବୁଲି ରାଷ୍ଟ୍ରପତି ମହୋଦୟ ଅତ୍ୟନ୍ତ ଖୁସୀ ହେଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମହାମହିମ ରାଷ୍ଟ୍ରପତି କଟକ ପହଂଚିବା ପରେ କଟକର ଜନ ସାଧାରଣ ଯେପରି ହାତରେ ତ୍ରିରଙ୍ଗା ଧରି ବଡ ସଂଖ୍ୟାରେ ଉପସ୍ଥିତ ରହି ଉଚ୍ଛସିତ ସମ୍ବର୍ଧନା ଜଣାଇଲେ ମହାମହିମ ରାଷ୍ଟ୍ରପତି ବହୁତ ଖୁସି ହୋଇଛନ୍ତି ବୋଲି ସେ କହିଛନ୍ତି ।

