ପଦ୍ମପୁର/ଶାସକ ପ୍ରଶାସକ : ପଦ୍ମପୁର ଉପଖଣ୍ଡ ଲଖମରା ଜଗନ୍ନାଥ ହାଇସ୍କୁଲରେ ଗାଇଡ ଛାତ୍ରୀ ଦୀକ୍ଷାନ୍ତ ସମାରୋହ ବିଦ୍ୟାଳୟ ପରିସର ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସନତ ଭୋଇଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍କାଉଟ୍ ମାଷ୍ଟର ସୁଦର୍ଶନ ମାହାକୁଡ, ହେମ ସାଗର ସାହୁ, ଗାଇଡ୍ କ୍ୟାପଟେନ୍ ନମିତା ସାହୁ ଓ ବିଦ୍ୟାଳୟ ଗାଇଡ କ୍ୟାପଟେନ ରଶ୍ମିତା ଦଣ୍ଡସେନା ଯୋଗ ଦେଇ ୧୮ ଜଣ ଗାଇଡ୍ ଛାତ୍ରୀଙ୍କୁ ଶପଥ କରାଇ ଥିଲେ। ପଦ୍ମପୁର ଆର ବି ହାଇସ୍କୁଲ ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏ ମୁଖ୍ଯ ଅତିଥି ଓ ପଦ୍ମପୁର ବିଇଓ ତ୍ରିବିକ୍ରମ ପାଣିଗ୍ରାହୀ, ସିଆରସିସି ସୁବାଷ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ବିଞାନ ଓ ଗଣିତ ଶିକ୍ଷକଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ବିଦ୍ୟାଳୟ ସ୍ତରୀୟ ବିଞାନ ମେଲା ଅନୁଷ୍ଠିତ ହୋଇଥିଲା। ବିଞାନ ମେଲା ରେ ୫୨ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ବିଚାରକ ଭାବେ ନିରୋଜ ପଟ୍ଟନାୟକ ଓ ମୀନାକ୍ଷୀ ତନ୍ତୀ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଶିକ୍ଷକ, କର୍ମଚାରୀ ମାନେ ସହଯୋଗ କରିଥିଲେ। ଶେଷ କୃଷ୍ଣ ଚନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.